ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ଜୀବିକା ମିଶନ ପକ୍ଷରୁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ଉଚ୍ଛବକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଆୟୁଷି ପତି ଉପସ୍ଥିତ ଥିଲେ l ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରତାପ ରୁଦ୍ର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ତାଲିମ ଶିବିରରେ ବ୍ଲକର ସମସ୍ତ ପଞ୍ଚାୟତ ର ସିଆରପି ମାନେ ଯୋଗଦାନ କରି ତାଲିମ ଗ୍ରହଣ କରିଥିଲେ l

ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରି ବିପିଏମ ନନ୍ଦ ଉପଯୁକ୍ତ ସମୟରେ ଶିଶୁ ମାନଙ୍କୁ ଖାଦ୍ୟ, ପୋଷଣ, ସ୍ୱଚ୍ଛତା ଏବଂ ସ୍ୱାସ୍ଥ ଉପରେ ମା ମାନେ ଧ୍ୟାନଦେବାପାଇଁ କହିଥିଲେ l ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସମନ୍ୟୁତ ପ୍ରୟାସ ମାଧ୍ୟମରେ ଜୀବନର ପ୍ରଥମ ଶହେ ଦିନ ଧ୍ୟାନଦେଇ କୁପୋଷଣକୁ ରୋକିବା ରୋଗ ହାର କମାଇବା ଏବଂ ସମୁଦାୟ ସ୍ଵାସ୍ତକର ଅଭ୍ୟାସକୁ ପ୍ରୋଛାହନ ଦେବା l
















