No Result
View All Result
୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଛାତ୍ରୀ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଏଭଳି ଘଟଣା ଘଟିଛି ।
ମୃତ ଛାତ୍ରୀ ଜଣକ ହେଲେ ପଲାମୀ ଗ୍ରାମର ମଶିନ୍ଦ୍ର ମଲିକଙ୍କ ଝିଅ କଳ୍ପନା ମଲିକ (୧୪)। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି କେଶ ନଂ. ୨୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।
No Result
View All Result