No Result
View All Result
୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଦକ୍ଷିଣାଞ୍ଚଳ ରାଜସ ଡିଭିଜନାଲ୍ କମିଶନର, ବହ୍ମପୁର ଶ୍ରୀମତୀ ରୂପା ରୋଶନ ସାହୁ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଛନ୍ତି । ପାଓ୍ବାର ପଏଣ୍ଡ, ମାଧ୍ୟମରେ ବିଭାଗୀୟ ୟ ଅଧିକାରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସହିତ ସେମାନଙ୍କ ବିଭାଗରେ ଥିବା ସମସ୍ୟାଗୁଡ଼ିକୁ ଶ୍ରୀମତୀ ସାହୁଙ୍କ ଦୃଷ୍ଟିକୁ ଆଣିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଚିକିତ୍ସା ଅଧିକାରାଙ୍କ ସଂଖ୍ୟା ବଢ଼ିବା ବଦଳରେ କମୁଛି । ତେବେ, ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ଏହି ସମସ୍ୟା ସମାଧାନ ହୋଇପାରିବ । ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଥିବା ସମସ୍ତ ସମସ୍ଯା ସମାଧାନ ପାଇଁ ଜିଲ୍ଲାପାଳ ଚାହିଁଲେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଣ୍ଠିରୁ ଖର୍ଚ୍ଚ କରିପାରିବେ ଯେହେତୁ ଏହି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ।
ସରକାର ନିଦ୍ଧିଷ୍ଟ ବର୍ଗର ପିଲାମାନଙ୍କ ପାଇଁ ଯୋଜନା କରୁଛନ୍ତି ଫଳରେ ଅନ୍ୟ ପିଲାମାନେ ସେଥ୍ରୁ ବନ୍ଚିତ ହେଉଛନ୍ତି । ଆଗାମା ଦିନରେ ସବୁ ବର୍ଗର ପିଲାମାନଙ୍କ ପାଇଁ ସେହି ଯୋଜନା କାର୍ଯ୍ୟକାରୀ ହୋଇପାରେ । ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ପଚାରିଥିଲେ । ଆଗାମୀ ଦିନରେ ମାଟ୍ରିକ ସାର୍ଟିଫିକେଟ୍ ଭଳି କେବଳ ଧନ୍ଦାମୂଳକ ଶିକ୍ଷାରେ ପାସ୍ ସାର୍ଟିଫିକେଟ୍ ପାଇ ଜଣେ ଯୁକ୍ତ ୨ ରେ ନାମ ଲେଖାଇପାରିବ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଗୁଡ଼ିକୁ ଉଭୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଓ ବାଲିଗୁଡ଼ାର ପ୍ରକଳ୍ପ ପ୍ରଶାସକ ନିୟମିତ ଭାବରେ ପରିଦର୍ଶନ କରିବାକୁ ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ । ୧ମ ଶ୍ରେଣୀରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବହି ପାଇବା ସମ୍ପର୍କରେ ପଚାରିଥିଲେ। ଏବେ ପିଲାମାନେ ଶବ୍ଦରୁ ଶିଖିବେ ଆଲ୍ଫାବେଟ୍ରୁ ନୁହେଁ। ଏସ୍.ଏସ୍.ଡି. ବିଦ୍ୟାଳରେ ୧୧ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଅଯାଇଛି ।
ସେହିପରି, ଅନ୍ୟାନ୍ୟ ବିଭାଗର ସମସ୍ୟା ସମ୍ପର୍କରେ ଶ୍ରୀମତୀ ସାହୁ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରୁ ଜଣାପଡ଼ିଛି ଯେ, ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ,ଶିକ୍ଷା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଓ ବାଲିଗୁଡ଼ା, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସ୍ବଚ୍ଛ ଭାରତ ମିଶନ, ଓରମାସ୍, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ସାମାଜିକ ସୁରକ୍ଷା, ସମାଜ ମଙ୍ଗଳ, କୃଷି, ଉଦ୍ୟାନ କୃଷି, ଜଳ ବିଭାଜିକା, ପ୍ରାଣୀ ସମ୍ପଦ, ମତ୍ସ୍ୟ, ବେସାମରିକ ଯୋଗାଣ, ଗୃହ ନିର୍ମାଣ ସହରାଞ୍ଚଳ ଉନ୍ନୟନ, ଟିପିଏସ୍ୱଡିଏଲ୍, ଶିଳ୍ପ, ଉଠା ଜଳସେଚନ, ରାସ୍ତା ଓ କୋଠାବାଡ଼ି, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଅଧିକାରୀମାନେ ସେମାନଙ୍କ ବିଭାଗର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍, କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ଶ୍ରୀ ରମେଶ ଚନ୍ଦ୍ର ଜେନା, କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ, ବାଲିଗୁଡ଼ା ଉପ-ଜିଲ୍ଲାପାଳ ଡା.ରୀନା ପ୍ରଧାନ, ବନଖଣ୍ଡ ଅଧିକାରୀ, ବାଲିଗୁଡ଼ା ଶ୍ରୀ ବିଶ୍ଵରାଜ୍ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦେବଜାନୀ ଭୁୟାଁ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
No Result
View All Result