No Result
View All Result
୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା)ଖୋର୍ଦ୍ଧା ରୋଡ୍ ଦ୍ୱାରା ରେଳ ଷ୍ଟାଡିୟମରେ “ରେଲୱେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ ଏକାଡେମୀ (RISA)”ଉଦ୍ଘାଟିତ ହେଇଯାଇଛି । ସ୍ପୋର୍ଟସ ଏକାଡେମୀ ଜଟଣୀ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ପାଇଁ ଏକ କୋଚିଂ ସେଣ୍ଟର ଭାବରେ କାର୍ଯ୍ୟ କରିବ । ଏହି ସ୍ପୋର୍ଟସ ଏକାଡେମୀକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ଏବଂ ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନ (ଇକ୍ରୋ) ଖୋର୍ଦ୍ଧା ରୋଡ଼ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି ।
କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ,ଖୋର୍ଦ୍ଧା ରୋଡ଼,ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ, ଅନ୍ୟ ଶାଖା ଅଧିକାରୀ ଇକ୍ରୋ ସଦସ୍ୟ ଏବଂ କର୍ମଚାରୀ ଉପସ୍ଥିତି ଥିଲେ । ଏହି ସ୍ପୋର୍ଟସ୍ ଏକାଡେମୀରେ ୭ ବର୍ଷରୁ ଅଧିକ ବୟସ ପିଲାମାନଙ୍କୁ କମ୍ ଦେୟରେ ବିଭିନ୍ନ କ୍ରୀଡା ଉପରେ କୋଚିଂ ଦିଆଯିବ । ଇଷ୍ଟକୋଷ୍ଟ ରେଳବାଇର ଇନ୍-ହାଉସ୍ କୋଚିଂ ପ୍ରଶିକ୍ଷକ,ଯଥା ବିସିସିଆଇ ଅଧୀନରେ ଖେଳା ଯାଇଥିବା ଆନ୍ତର୍ଜାତୀୟ ଖେଳାଳି,କ୍ରୀଡ଼ା ବ୍ୟକ୍ତି ଇତ୍ୟାଦି ଦ୍ୱାରା କୋଚିଂ ପ୍ରଦାନ କରାଯିବ ।
ବର୍ତ୍ତମାନ କ୍ରିକେଟ୍, ବାସ୍କେଟ୍ ବଲ୍ ଏବଂ ବ୍ୟାଡମିଣ୍ଟନ୍ କ୍ରୀଡା ଉପରେ କୋଚିଂ ପ୍ରଦାନ କରାଯିବ ଧୀରେ ଧୀରେ ସ୍ଥାନୀୟ ପିଲାମାନଙ୍କ ଆବଶ୍ୟକତା ଅନୁଯାୟୀ କୋଚିଂ ସୁବିଧା ଅନ୍ୟ କ୍ରୀଡାକୁ ବିସ୍ତାର କରାଯିବ। କ୍ରିକେଟ ପାଇଁ,ଶ୍ରୀ କୁଳମଣି ପରିଡା,ଶ୍ରୀ ସୌରଭ ସେହଗଲ, ଶ୍ରୀ ରାକେଶ ମହାନ୍ତି, ଶ୍ରୀ ବିଘ୍ନେଶ ମହାନ୍ତି, ଶ୍ରୀ ସୁବିତ ବିଶ୍ୱାଳ, ବ୍ୟାଡମିଣ୍ଟନ ପାଇଁ ଶ୍ରୀ କେ.ମନୋଜ କୁମାର ଏଵଂ ବସ୍କେଟ ବଳ୍ ପାଇଁ ଶ୍ରୀ ଦୀପକ ମାଣିଆ ପ୍ପ୍ରଶିକ୍ଷଣ ଦେବେ । ଏହି ଅବସରରେ ଶ୍ରୀ ଏଚ୍ ଏସ ବାଜ୍ଵା,
କହିଛନ୍ଥି କି, କ୍ରୀଡା ଏକାଡେମୀ ସ୍ଥାନୀୟ ପିଲାମାନଙ୍କୁ ସେମାନଙ୍କର ପ୍ରିୟ ଖେଳ ଉପରେ ସେମାନଙ୍କର ଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କରିବାକୁ ଏକ ସୁଯୋଗ ଦେବ ଏବଂ ଇଷ୍ଟକୋଷ୍ଟ ରେଳବାଇର ଇନ୍-ହାଉସ୍ କୋଚିଂ ପ୍ରଶିକ୍ଷକ ମାନଙ୍କର ଶିକ୍ଷାଦାନ ଦକ୍ଷତାକୁ ବୃଦ୍ଧି କରିବ । ମହିଳା କଲ୍ୟାଣ ସଂଗଠନ (ଇକ୍ରୋ)ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର, ଖୋର୍ଦ୍ଧାରୋଡ୍ ସ୍ପୋର୍ଟସ ଆସୋସିଏସନକୁ ଏହିପରି ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ପିଲାମାନଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ଏକାଡେମୀରେ ଏକ ଅଂଶ ହେବାକୁ ସେ ପରାମର୍ଶ ଦେଇଛନ୍ତି । ରେଲୱେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ ଏକାଡେମୀ ରେ ବର୍ତ୍ତମାନ ସୁଦ୍ଧା ୩୨ ଜଣ ପିଲା ପଞ୍ଜୀକୃତ ହୋଇସାରିଛନ୍ତି । ଇଚ୍ଛୁକ ପିଲାମାନେ ସେମାନଙ୍କ ପ୍ରିୟ ଖେଳ ଉପରେ କୋଚିଂ ନେବା ପାଇଁ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା)ଖୋର୍ଦ୍ଧା ରୋଡ୍ର କ୍ରୀଡ଼ା ସଚିବ ଏମ. ଡି.ଜାକିରୁଦ୍ଦିନଙ୍କ ସହିତ ଯୋଗାଯୋଗ କରିପାରିବେ ।
No Result
View All Result