No Result
View All Result
୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଭେଷଜ ବିଜ୍ଞାନ ଅଧ୍ୟାପକମାନଙ୍କ ଦକ୍ଷତା ବିକାଶ ନିମନ୍ତେ ରାଜ୍ୟସ୍ତରୀୟ କର୍ମଶାଲାରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକମାନଙ୍କ ଶୈକ୍ଷିକ ଦକ୍ଷତା ବୃଦ୍ଧି ନିମନ୍ତେ “ ଶିକ୍ଷାର୍ଥୀ କୈନ୍ଦ୍ରିକଶିକ୍ଷାପ୍ରଣାଳୀର ବିକାଶ” ଶୀର୍ଷକ ଏକ ରାଜ୍ୟସ୍ତରୀୟ କର୍ମଶାଳା ଶନିବାର ଦିନ ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଶିକ୍ଷକପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ୧୧ ଟି ସରକାରୀ ଓ ୨ ଟି ଘରୋଇ ଅଣ୍ଡରଗ୍ରାଜୁଏଟ୍ ମେଡ଼ିକାଲକଲେଜ,
ଡେଣ୍ଟାଲ କଲେଜ ଏବଂ ୨ଟି ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ଇନସ୍ଟିଚ୍ୟୁଟ୍ ରୁ ୧୦୩ ଜଣ ଅଧ୍ୟାପକ ଅଧ୍ୟାପିକା ଅଂଶଗ୍ରହଣ କରିପ୍ରଶିକ୍ଷଣ ଲାଭ କରିଥିଲେ । ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡିନ୍ ପ୍ରଫେସର ଡା. ସବିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡା. ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥୁ ଭାବେ ଯୋଗଦାନ କରିଥିବା ବେଳେ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ୱାଇ. ରୋଜା ରମଣୀ, ଉପ-ନିୟନ୍ତ୍ରକ ଡା. ପ୍ରଦୀପ କୁମାର ନାୟକ, କଲେଜର ଅଧୀକ୍ଷକ ପ୍ରଫେସର କୌଶିକ ମିଶ୍ର, ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ସଂଯୋଜକ ପ୍ରଫେସର ଅମରେନ୍ଦ୍ର ନାୟକ ଅତିଥ୍ୟ ଭାବେ ମଂବାସୀନ ଥିଲେ ।
ନିଜ ବକ୍ତବ୍ୟରେ କୁଳପତି ପ୍ରଫେସର ସାହୁ କହିଥିଲେ ଯେ, ନୂଆ କରି ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପରେ ରାଜ୍ୟରେ ଭେଷଜ ବିଜ୍ଞାନ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଅନେକ ପଦକ୍ଷେପ ନିଆଯାଉଛି । ପୂର୍ବରୁ କେବଳ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଦିଗରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଥିଲା । ଏବେ ଶ୍ରେଣୀ କକ୍ଷରେ ଶିକ୍ଷାର୍ଥୀ କୈନ୍ଦ୍ରୀକ ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ ଅଧ୍ୟାପକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି ।
ଏହି ଆଧାରରେ ପ୍ରଥମ କରି ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଏଭଳି କର୍ମଶାଳାର ଆୟୋଜନ କରିପାରିଥିବାରୁ କଲେଜର ଅଧ୍ୟକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରକର୍ମକର୍ତାମାନଙ୍କ ଉଦ୍ୟମକୁ କୁଳପତି ଡା. ସାହୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ରାଜ୍ୟର ସମସ୍ତ ମେଡିକାଲ୍ କଲେଜରେଏଭଳି ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଡିନ୍ ପ୍ରଫେସର ମହାପାତ୍ର ଏବଂ ଅଧୀକ୍ଷକ ପ୍ରଫେସର ମିଶ୍ର କୁଳପତି ଓ ଅନ୍ୟ ଅତିଥିମାନଙ୍କୁ ସମ୍ବଦ୍ଧିତ କରିବା ସହ ସମସ୍ତ ସହଯୋଗ ଓ ମାର୍ଗଦର୍ଶନ ପାଇଁ ବିଶ୍ଵବିଦ୍ୟାଳୟକର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
କର୍ମଶାଳାରେ ରାଜ୍ୟର ବିଶିଷ୍ଟ ଭେଷଜ ବିଜ୍ଞାନ ପ୍ରଶିକ୍ଷକ ପ୍ରଫେସର ଡା. ସବିତା ମହାପାତ୍ର,କୌଶିକ ମିଶ୍ର, ଶ୍ରୀକାନ୍ତ ପଣ୍ଡା, ଅମରେନ୍ଦ୍ର ନାୟକ, ବିମୋଚ ପ୍ରଜ୍ଞା ପତି, ଅନିଲ କୁମାର ସାହୁ, ସଙ୍ଗୀତା ଦାସ, ସନ୍ତୋଷ କୁମାର ସ୍ୱାଇଁ,ରାଜଲକ୍ଷ୍ମୀ ଉପାଧ୍ୟାୟ, ସୌମ୍ୟା ନନ୍ଦ, ବିପ୍ସା ସିଂ ଓ ଦେବଜ୍ୟୋତି ମହାପାତ୍ର ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେଉପାଧ୍ୟକ୍ଷ ଡା. ଲଲାଟେନ୍ଦୁ ସ୍ଵାଇଁ, ଆଦିତ୍ୟ ନାରାୟଣ ସାହୁ, ଚିତ୍ରଲେଖା ପାତ୍ର, ପର୍ଶୁରାମ ନାୟକ, ବିମଳ କୁମାର ସାହୁଙ୍କ ସମେତଅନୁଷ୍ଠାନର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result