• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୟୁବା ସଙ୍ଗମ ପର୍ଯ୍ୟାୟ ୫ ପାଇଁ ଅନ୍ଲାଇନ ପଞ୍ଜିକରଣ କରନ୍ତୁ- ଆପଣଙ୍କ ରାଜ୍ୟ ପାଇଁ ଜଣେ ଆମ୍ବାସାଡର ହୁଅନ୍ତୁ ଆଇଆଇଟି ଭୁବନେଶ୍ୱର ଓଡ଼ିଶାର ନୋଡାଲ ଇନଷ୍ଟିଚୁ୍ୟଟ୍

Proprietor Abhimanyu Maharana by Proprietor Abhimanyu Maharana
October 19, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Register online for Yuva Sangam Phase V – be an ambassador for your state – The nodal institute of Odisha is IIT Bhubaneswar
Share on FacebookShare on TwitterWhatsapp

– ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) ଅଧୀନରେ ପ୍ରଚଳିତ ଭାରତର ସର୍ବାଧିକ ପାଳନ କରାଯାଉଥିବା ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ- ୟୁବା ସଙ୍ଗମ ନିମନ୍ତେ ପଞ୍ଜିକରଣ କରିବାକୁ ଅଂଶଗ୍ରହଣକାରୀଙ୍କ ପାଇଁ ମାତ୍ର ୪ ଦିନ ବାକି ଅଛି । ୨୦୨୪ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପଞ୍ଜିକରଣ ଗ୍ରହଣ କରାଯିବ ।

– ୧୮-୩୦ ବର୍ଷ ବୟସର ଯୁବ ବୃତ୍ତିଧାରୀ ଏବଂ ଛାତ୍ର ଛାତ୍ରୀ (କୋ÷ଶଳୀ ପ୍ରତିଷ୍ଠାନ ଆଦିରେ ଅନ୍ଲାଇନ/ଦୂର ଶିକ୍ଷା ପାଠ୍ୟକ୍ରମ ଭଳି ଅଫ୍-କ୍ୟାମ୍ପସ ଶିକ୍ଷା ଆହରଣକାରୀଙ୍କ ସମେତ)ଙ୍କୁ ନାମ ପଞ୍ଜିକରଣ କରିବାକୁ ଆମନ୍ତ୍ରଣ କରାଯାଉଛି ।

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅନନ୍ୟ ପ୍ରୟାସ ୟୁବା ସଙ୍ଗମରେ ଭାରତର ହଜାର ହଜାର ଯୁବବର୍ଗ ସେମାନଙ୍କ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିତ୍ୱ କରିବାର ସୁଯୋଗ ରହିଛି । ୟୁବା ସଙ୍ଗମର ଏହା ୫ମ ପର୍ଯ୍ୟାୟ ଏବଂ ଅନ୍ଲାଇନ ପଞ୍ଜିକରଣ ୨୦୨୪ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିଛି । ୧୮-୩୦ ବର୍ଷ ବୟସର ଆଗ୍ରହୀ ପ୍ରାର୍ଥୀ, ମୁଖ୍ୟତଃ ଛାତ୍ର ଛାତ୍ରୀ, ଏନଏସଏସ/ଏନୱାଇକେଏସ୍ ସ୍ୱେଚ୍ଛାସେବୀ, ନିଯୁକ୍ତ/ଆତ୍ମନିଯୁକ୍ତ ବ୍ୟକ୍ତି ଆଦି ଧାର୍ଯ୍ୟ ସମୟ ପୂର୍ବରୁ ୟୁବା ସଙ୍ଗମ ପୋର୍ଟାଲ ଜରିଆରେ ନାମ ପଞ୍ଜିକରଣ କରିପାରିବେ । ଯେଉଁମାନେ କୋଶଳୀ ପ୍ରତିଷ୍ଠାନ ଆଦିରେ ଅନ୍ଲାଇନ ପାଠ୍ୟକ୍ରମ ନିମନ୍ତେ ନାମ ଲେଖାଇଛନ୍ତି ସେମାନଙ୍କ ସମେତ ଅଫ୍ କ୍ୟାମ୍ପସ ଯୁବବର୍ଗଙ୍କୁ ମଧ୍ୟ ଏଥିପାଇଁ ପଞ୍ଜିକରଣ କରିବାକୁ ନିବେଦନ କରାଯାଉଛି ।

“ଏହା ଛାତ୍ର ଛାତ୍ରୀ ଏବଂ ଯୁବ ବୃତ୍ତିଧାରୀଙ୍କୁ ରାଷ୍ଟ୍ର, ଏହାର ଜନସାଧାରଣ ଏବଂ ଏପରିକି ସେମାନଙ୍କ ନିଜ ସମ୍ପର୍କରେ ୫-୭ ଦିନ ଧରି ଏହି ରୂପାନ୍ତରଣକାରୀ ଯାତ୍ରା ଜରିଆରେ ଶିକ୍ଷା ଲାଭ କରିବାର ଏକ ଆକର୍ଷଣୀୟ ସୁଯୋଗ ପ୍ରଦାନ କରୁଛି । ୟୁବା ସଙ୍ଗମ ଅଂଶଗ୍ରହଣକାରୀଙ୍କୁ ଭାରତର ବିବିଧତା ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଅନୁଭୂତି ହାସଲ କରିବା, ସାଂସ୍କୃତିକ-ସାମାଜିକ ସମାନତା ଏବଂ ଚାଲେଞ୍ଜଗୁଡିକ ସମ୍ପର୍କରେ ଅବଗତ ହେବା ଏବଂ ସମସ୍ୟାଗୁଡିକର ମୁକାବିଲା ନିମନ୍ତେ ଅନ୍ତର୍ନିବେଶୀ ସମାଧାନ ବିକଶିତ କରିବା ଅଥବା ସେମାନଙ୍କର ବୃତ୍ତିଗତ/ଶିକ୍ଷାଗତ ବିଦ୍ୱତା ଜରିଆରେ ସୁଯୋଗ ସୃଷ୍ଟିକରିବା ନିମନ୍ତେ ଅନୁମତି ପ୍ରଦାନ କରୁଛି,” ବୋଲି ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।

ଏହା ପଛରେ ଉଦେ୍ଦଶ୍ୟ ହେଉଛି ପ୍ରଦର୍ଶନ ଏବଂ ବୋଧଗମ୍ୟତା ଜରିଆରେ ଭାରତର ବିଶାଳ ଅଞ୍ଚଳଗୁଡିକ ମଧ୍ୟରେ ସମ୍ପର୍କକୁ ନିବିଡ କରିବା ଏବଂ ଏହି ପ୍ରୟାସ ସଚେତନ ଏବଂ ସହାନୁଭୂତିଶୀଳ ପରବର୍ତ୍ତୀ ପିଢିର ନାଗରିକ ପରିପୋଷଣ ଦ୍ୱାରା ରାଷ୍ଟ୍ର ଗଠନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା । ଦେଶର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ନିରନ୍ତର ଓ ଗଠନମୂଳକ ସାଂସ୍କୃତିକ ସଂଯୋଗ ଚିନ୍ତାଧାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜନ୍ମବାର୍ଷିକୀ ପାଳନ ନିମନ୍ତେ ୨୦୧୫ ଅକ୍ଟୋବର ୩୧ ତାରିଖରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆରମ୍ଭ ହୋଇଥିଲା । ଏହି ଚିନ୍ତାଧାରାକୁ ସାକାର ରୂପ ଦେବା ନିମନ୍ତେ ଇବିଏସବି କାର୍ଯ୍ୟକ୍ରମ ୨୦୧୬ ଅକ୍ଟୋବର ୩୧ ତାରିଖରେ ଆରମ୍ଭ କରାଯାଇଥିଲା । ଇବିଏସବିର ଆରମ୍ଭ ଏବଂ କାର୍ଯ୍ୟକଳାପ ସହିତ ଏହି କାର୍ଯ୍ୟକ୍ରମ ଅଧୀନରେ ବିବର୍ତ୍ତନ, ସ୍ୱତନ୍ତ୍ର ପ୍ରୟାସସମୂହ ଏବଂ ଆୟୋଜିତ ଅଭିଯାନଗୁଡିକ ଇ-ବୁକ୍ ରେ ଉପଲବ୍ଧ ହେଉଛି ।

ୟୁବା ସଙ୍ଗମ ଟୁର୍ ଜରିଆରେ ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଐତିହ୍ୟ, ଭୂଗୋଳ, ବିକାଶମୂଳକ ଉଲ୍ଲେଖନୀୟ ଚିହ୍ନ ଏବଂ ସେମାନଙ୍କ ସହିତ ଯୋଡା ରାଜ୍ୟରେ ନିକଟରେ ହାସଲ ସଫଳତା ଆଦି ସମ୍ପର୍କରେ ଗଭୀର ଭାବରେ ଜାଣିବାର ସୁଯୋଗ ପାଇବେ । ବହୁଧା ପରିପ୍ରକାଶକୁ ପାଞ୍ଚଟି ‘ପି’ ପରିବ୍ୟାପ୍ତ କ୍ଷେତ୍ରରେ ଉତ୍ସାହିତ କରାଯିବ ଯଥା- ପର୍ଯ୍ୟଟନ (ଟୁରିଜମ), ପରମ୍ପରା (ଟ୍ରାଡିସନ), ପ୍ରଗତି (ଡେଭେଲପମେଣ୍ଟ), ପରସ୍ପର ସମ୍ପର୍କ (ପିପୁଲ-ଟୁ-ପିପୁଲ କନେକ୍ଟ) ଏବଂ ପ୍ରଦ୍ୟୋଗିକୀ (ଟେକ୍ନୋଲୋଜି) । ଏହି ପ୍ରୟାସ ଭାରତର ସମୃଦ୍ଧ ବିବିଧତା ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଜ୍ଞାନ ଆହରଣ ଏବଂ ପରୀକ୍ଷାମୂଳକ ଶିକ୍ଷା ଆହରଣ ଉପରେ ଦୃଷ୍ଟିନିବଦ୍ଧ ଦ୍ୱାରା ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ରହିଥିବା ମୁଖ୍ୟ ବିଷୟବସ୍ତୁ ସହିତ ମେଳ ଖାଉଛି ।

ଏହା ଏକ ପ୍ରବହମାନ ଶିକ୍ଷଣୀୟ ତଥା ସାଂସ୍କୃତିକ ବିନିମୟ ଯେଉଁଥିରେ ଉତ୍ସବ ପାଳନକୁ ମୂଳ ବିଷୟ ଭାବରେ ସ୍ଥାନିତ କରାଯାଇଛି ଏବଂ ଯେଉଁଥିରେ ଅଂଶଗ୍ରହଣକାରୀ ଜୀବନ, ପ୍ରାକୃତିକ ଭୂଭାଗ ଗଠନପ, ବିକାଶର ଉଲ୍ଲେଖନୀୟ ଉଦାହରଣ, ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟଗତ ଯାଦୁକରୀ, ସାମ୍ପ୍ରତିକ ସଫଳତା ଆଦି ସମ୍ପର୍କରେ ଅନ୍ତର୍ନିବେଶୀ ଅନୁଭୂତି ଲାଭର ସୁଯୋଗ ଦେବା ସହିତ ଆୟୋଜନକାରୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାନୀୟ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବା ଏବଂ ଗଭୀର ଭାବରେ ନିୟୋଜିତ ହେବାର ସୁଯୋଗ ପ୍ରଦାନ କରୁଛି । ଭାରତରେ କୋଡିଏଟି ବିଶିଷ୍ଟ ପ୍ରତିଷ୍ଠାନକୁ ୫ମ ପର୍ଯ୍ୟାୟ ୟୁବା ସଙ୍ଗମ ନିମନ୍ତେ ଚିହ୍ନଟ କରାଯାଇଛି ଯେଉଁ ସମୟରେ ଏହିସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଅଂଶଗ୍ରହଣକାରୀମାନେ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ନୋଡାଲ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ (ଏଚଇଆଇ) ନେତୃତ୍ୱରେ ସେମାନଙ୍କର ସହିତ ଯୋଡା ଯାଇଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବେ ।

ଯୋଡା ରାଜ୍ୟ ତାଲିକା

– ମହାରାଷ୍ଟ୍ର ଏବଂ ଓଡ଼ିଶା
– ହରିୟାଣା ଏବଂ ମଧ୍ୟପ୍ରଦେଶ
– ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡ
– ଜମ୍ମୁ ଓ କାଶ୍ମୀର ଏବଂ ତାମିଲନାଡୁ
– ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶ
– ବିହାର ଓ କର୍ଣ୍ଣାଟକ
– ଗୁଜରାଟ ଓ କେରଳ
– ତେଲେଙ୍ଗାନା ଓ ହିମାଚଳ ପ୍ରଦେଶ
– ଆସାମ ଓ ଛତିଶଗଡ
– ରାଜସ୍ଥାନ ଓ ପଶ୍ଚିମବଙ୍ଗ

ୟୁବା ସଙ୍ଗମର ପୂର୍ବ ପର୍ଯ୍ୟାୟରେ ବିପୁଳ ଆଗ୍ରହ ପରିଲକ୍ଷିତ ହେବା ସହିତ ଶେଷ ପର୍ଯ୍ୟାୟରେ ପଞ୍ଜିକରଣ ୪୪,୦୦୦ ଟପି ଯାଇଥିଲା । ଆଜି ପର୍ଯ୍ୟନ୍ତ ସମଗ୍ର ଭାରତରୁ ପ୍ରାୟ ୫୦୦୦ ଯୁବକ ଯୁବତୀ ଯୁବା ସଙ୍ଗମର ବିଭିନ୍ନ ପର୍ଯ୍ୟାୟରେ ୧୧୦ରୁ ଅଧିକ ଟୁର୍ (୨୦୨୨ରେ ପାଇଲଟ ପର୍ଯ୍ୟାୟ ସମେତ)ରେ ଅଂଶଗ୍ରହଣ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version