No Result
View All Result
୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଟାଟାର ସଂସ୍ଥା ତଥା ଭାରତର ସର୍ବବୃହତ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଓଡ଼ିଶାରେ ୩ଟି ଭବ୍ୟ ନୂଆ ଷ୍ଟୋରର ଶୁଭାରମ୍ଭ କରି ନିଜର ଖୁଚୁରା ଉପସ୍ଥିତି ବିସ୍ତାର କରିଛି । ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଓ କଟକ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ, ବିଜନେସ ଆସୋସିଏଟ ମନଜିତ ସିଂହ ଓ ବିଜନେସ ଆସୋସିଏଟ ଅବିନାଶ ଛପୋଲିଆ ଉଦଘାଟନ କରିଥିଲେ । ଗୁରୁବାରଅରାହ୍ନ ୩ଟାରେ ତନିଷ୍କ ପକ୍ଷରୁ ଓଡ଼ିଶାରେ ୨୪ ଘଣ୍ଟା ମଧରେ ୩ଟି ନୂଆ ଷ୍ଟୋରର ଶୁଭାରମ୍ଭ ଢେଙ୍କାନାଳ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ ଓ ବିଜନେସ ଆସୋସିଏଟ ଅଙ୍କିତ ପୋଦ୍ଦାର ଉଦଘାଟନ କରିଥିଲେ ।
ଭବ୍ୟ ଉଦଘାଟନର ଅଂଶ ଭାବରେ କମ୍ପାନୀ ପକ୍ଷରୁ ଏକ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି ଯେଉଁଥିରେ ଗ୍ରାହକମାନେ ସୁନା ଅଳଙ୍କାର ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ର୍ପ୍ୟନ୍ତ ରିହାତି ଏବଂ ଭାରତର କୌଣସି ଗହଣା ବ୍ୟବସାୟୀଙ୍କଠାରୁ କିଣାଯାଇଥିବା ପୁରୁଣା ସୁନା ଉପରେ ୧୦୦% ମୂଲ୍ୟ ପାଇପାରିବେ । ଅତିରିକ୍ତ ଭାବେ, ଗ୍ରାହକମାନେ ସୁନା ଅଳଙ୍କାର କ୍ରୟ ଉପରେ ପ୍ରତି ଗ୍ରାମରେ ୧୦୧ ଟଙ୍କା ରିହାତି ପାଇପାରିବେ । ଏହି ଅଫର ୨୦୨୪ ଅକ୍ଟୋବର ୧୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ବୈଧ ରହିବ । ଉଦଘାଟନୀ ଅବସରରେ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ କହିଛନ୍ତି େ, “ଓଡ଼ିଶାରେ ତିନୋଟି ନୂଆ ତନିସ୍କ ସୋ’ରୁମର ଭବ୍ୟ ଉଦଘାଟନ ଘୋଷଣା କରି ଆମେ ଆନନ୍ଦିତ ।
ତନିସ୍କରେ, ଗ୍ରାହକ ସନ୍ତୋଷ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ ଏବଂ ଓଡ଼ିଶାରେ ଏକ ପ୍ରିୟ ଗହଣା ବ୍ରାଣ୍ଡ ଭାବେ ଆମେ ଆମର ଉତ୍କୃଷ୍ଟ ସଂଗ୍ରହକୁ ଅଧିକ ସୁଲଭ କରିବା ପାଇଁ ସମର୍ପିତ । ଆମର ପ୍ରତ୍ୟେକ ନୂଆ ସୋ’ରୁମରେ ସୁନା ଏବଂ ହୀରା ଅଳଙ୍କାରର ଏକ ଚମତ୍କାର ପରିସର ଉପଲବ୍ଧ ହେଉଛି ଯେଉଁଥିରେ ଚମତ୍କାର ସୌନ୍ଦର୍ଯ୍ୟ, ଜୀବନ୍ତ ରତ୍ନଥର, ସ୍ୱତନ୍ତ୍ର ଉତ୍ସବ ସଂଗ୍ରହ ଏବଂ ପ୍ରତ୍ୟେକ ଶୈଳୀ ଅନୁଯାୟୀ ହୀରା ଗହଣାର ବିବିଧ ସଂଗ୍ରହ ରହିଛି । ଏହି ଷ୍ଟୋର ସମସ୍ତ ଅବସରରେ ଏକ ଅସାଧାରଣ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ତନିସ୍କର ଅତୁଟ ସମର୍ପଣକୁ ଦର୍ଶାଉଛି ।
No Result
View All Result