• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପିପିଲି ଅଞ୍ଚଳର ବିକାଶ ପାଇଁ ଆମେ ସଂକଳ୍ପବଦ୍ଧ

Proprietor Abhimanyu Maharana by Proprietor Abhimanyu Maharana
October 16, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ପିପିଲି ଅଞ୍ଚଳର ବିକାଶ ପାଇଁ ଆମେ ସଂକଳ୍ପବଦ୍ଧ
Share on FacebookShare on TwitterWhatsapp

୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ/ଭୁବନେଶ୍ୱର  :->  ପିପିଲି ନିକଟସ୍ଥ ଅଲାରପୁରର ହର ଦୂର୍ଗା କ୍ଲବ୍‌ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ।ଡେଲାଙ୍ଗ ପିପିଲି ଅଞ୍ଚଳର ଐତିହ୍ୟ ଅନନ୍ୟ, ଏହା ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ସ୍ଥଳ, ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ । ପିପିଲି ଟୋଲ୍ ପ୍ଲାଜା ନିକଟରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯିବ, ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଅର୍ଥ ର ଅଭାବ ରହିବ ନାହିଁ – ଉତ୍ତରାୟିଣୀ ଶୀତଳ ଭଣ୍ଡାର କୁ ବୃହତ ଶୀତଳ ଭଣ୍ଡାର ରେ ପରିଣତ କରାଯିବ -ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ।

ଡେଲାଙ୍ଗ ପିପିଲି ଅଞ୍ଚଳ ହେଉଛି ଐତିହ୍ୟ ସଂପନ୍ନ ସ୍ଥଳ। ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ଏଠାରେ ହୋଇଛି । ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ । ଏଠାରେ ମଧ୍ୟ ଅନେକ କାଳରୁ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର, ବଳଙ୍ଗା ଓ ଓଡ଼ିଶାର ସବୁଠାରୁ ବଡ଼ ଗାଁ ଘୋରଡିଆର ଦୟଣାଚୋରି ମେଳଣ ଅନୁଷ୍ଠିତ ହୋଇଆସୁଅଛି । ତେଣୁ ଏପରି ଐତିହ୍ୟ ସଂପନ୍ନ ସ୍ଥଳର ଶିଳ୍ପୀ ଓ କାରୀଗର ମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଗତ କାଲି ସନ୍ଧ୍ୟା ରେ ପିପିଲି ନିକଟସ୍ଥ ଅଲାରପୁର ଠାରେ ସ୍ଥାନୀୟ ହରଦୂର୍ଗା କ୍ଲବ୍‌ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଆପଣ ମାନେ ଓଡ଼ିଶାର ଶାସନ ଦାୟିତ୍ଵ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି। ପିପିଲି ଅଞ୍ଚଳକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ କେବଳ ହିଂସା ଓ ଅରାଜକତାରେ ଭରି ଦେଇଥିଲେ। ଆମ ସରକାର ଏଭଳି ମାନସିକତା ରଖିଥିବା ବ୍ୟକ୍ତିଙ୍କୁ ନିନ୍ଦା କରେ। ଏହି ମହାନ୍ ଭୂମି ଜଗନ୍ନାଥ ସଂସ୍କୃତି ସହିତ ସଂପୃକ୍ତ ହୋଇ ପୂତ ଓ ପବିତ୍ର ଅଟେ । ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନା କୁ ଆସିଯାଏ। କେତେ ସୁନ୍ଦର ସୁନ୍ଦର ଚାନ୍ଦୁଆ ତିଆରି କରନ୍ତି ଆପଣ ମାନେ ! ଆପଣଙ୍କ ହାତ ତିଆରି ଚାନ୍ଦୁଆ ଏତେ ସୁନ୍ଦର ଯେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ସେସବୁକୁ ଭଲ ପାଆନ୍ତି। ରଥଯାତ୍ରା ବେଳେ, ତିନି ରଥକୁ ଆପଣ ମାନେ ହିଁ ସଜେଇ ଥାନ୍ତି। ଅଦ୍ଭୁତ ଆପଣଙ୍କ କଳା କୌଶଳ! ମୁଁ ଏଠାକାର ଶିଳ୍ପୀ ମାନଙ୍କୁ ପ୍ରଣାମ କରୁଛି। ଆପଣ ମାନଙ୍କୁ ବୃହତ୍ ବଜାର ଯୋଗାଇବା ସହିତ, ଆପଣଙ୍କ କଳା ନିପୁଣତାକୁ ସମ୍ମାନ ଜଣାଇବା ପାଇଁ ଆମେ ନିରନ୍ତର ଚେଷ୍ଟା କରିବୁ ବୋଲି ସେ କହିଥିଲେ।

ଏଥି ସହିତ ଜିଲ୍ଲା ରେ ପର୍ଯ୍ୟଟନ ର ବିକାଶ ପାଇଁ ପିପିଲି ଟୋଲ୍ ପ୍ଲାଜା ନିକଟ ରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ର ବିକାଶ କରାଯିବ , ବେରଵୋଇ ଗାନ୍ଧୀ ସ୍ମୃତି ପୀଠ ର ବିକାଶ ହେବ,ପ୍ରସିଦ୍ଧ ବିଶ୍ଵନାଥ ମନ୍ଦିର ର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯଟନ କ୍ଷେତ୍ର ର ବିକାଶ କାର୍ଯ୍ୟ ପାଇଁ ଅର୍ଥ ର ଅଭାବ ରହିବ ନାହିଁ ବୋଲି ସେ କହିଥିଲେ। ଜିଲ୍ଲା ର ଚାଷୀ ମାନଙ୍କ ଅସୁବିଧା କୁ ଦୃଷ୍ଟି ରେ ରଖିଆଗମୀ ଦିନ ରେ ଉତ୍ତରାୟିଣୀ ଶୀତଳ ଭଣ୍ଡାର କୁ ଏକ ବୃହତ୍ ଶୀତଳ ଭଣ୍ଡାର ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶରତ ଋତୁକୁ ଓଡ଼ିଶାରେ ପାର୍ବଣ ଋତୁ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସମୟରେ ଦୂର୍ଗାପୂଜା ଠାରୁ ଆରମ୍ଭ କରି କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ ଚାନ୍ଦ ପୂଜା ସହିତ ମା ଗଜଲକ୍ଷ୍ମୀଙ୍କର ପୂଜା ମଧ୍ୟ କରାଯାଇଥାଏ। ପ୍ରତ୍ୟେକ ପର୍ବ, ପ୍ରକୃତି ଓ ଐଶ୍ୱରୀୟ ଶକ୍ତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ମୁହୂର୍ତ୍ତ ବୋଲି ମତ ଦେଇ ଓଡ଼ିଶାରେ ବାର ମାସରେ ତେର ଯାତ ଅନୁଷ୍ଠିତ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦୁର୍ଗାପୂଜା ଠାରୁ କାଳୀ ପୂଜା ଓ ଦୀପାବଳି ପର୍ଯ୍ୟନ୍ତ ସମୟ ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ଆନନ୍ଦମୟ ଓ ସ୍ଵର୍ଗୀୟ ବୋଲି ସେ ମତ ଦେଇଥିଲେ।

କୁମାର ଉତ୍ସବ ଜରିଆରେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ହର ଦୁର୍ଗା ୟୁଥ୍ କ୍ଳବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ଅବସରରେ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଲୋକଙ୍କ ସୁବିଧା ଅସୁବିଧା ପ୍ରତି ସମ୍ବେଦନଶୀଳ ହୋଇ କାମ କରୁଛି। ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ତେଣୁ ଖୁବ କମ୍‌ ସମୟ ମଧ୍ୟରେ ଆମର ନୂଆ ସରକାର ଲୋକଙ୍କ ସରକାର ଭାବେ ସୁନାମ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଲୋକଙ୍କ ସହିତ ରହି ସେମାନଙ୍କ ଭରସା ଜିତିବା ଗଣତନ୍ତ୍ରରେ ସବୁଠାରୁ ବଡ ଆବଶ୍ୟକତା ବୋଲି ସେ ମତ ଦେଇଥିଲେ। ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ବେଳେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦିଅନ୍ତି, କିଛି ସଂକଳ୍ପକୁ ଲୋକଙ୍କ ସମ୍ମୁଖରେ ରଖନ୍ତି। ଭାରତୀୟ ଜନତା ପାର୍ଟିର ବିଶେଷତ୍ଵ ହେଲା ଯେ ଦଳ ପ୍ରତ୍ୟେକ ସଂକଳ୍ପକୁ ପରିପୂରଣ କରେ। ଆମେ ଶାସନକୁ ଆସିବାର ମାତ୍ର ଶହେ ଦିନ ଭିତରେ ଅନେକ ପ୍ରତିଶ୍ରୁତି ପୂରଣ କରିଛୁ। ସେ କହିଥିଲେ ଯେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ହେଉ, ଧାନର କ୍ରୟ ମୂଲ୍ୟ ବଢ଼ାଇବା ହେଉ, କିମ୍ବା ମା ମାନଙ୍କ ପାଇଁ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନା ହେଉ! ।

ମା ମାନଙ୍କୁ ପୂର୍ବ ସରକାର କେବଳ ଭୋଟ ବ୍ୟାଙ୍କ ଭାବୁଥିଲା ଓ ନିଜ ନ୍ୟସ୍ତ ସ୍ଵାର୍ଥ ପାଇଁ ବ୍ୟବହାର କରୁଥିଲା। ସୁଭଦ୍ରା ଯୋଜନା- ମା ମାନଙ୍କୁ ସମ୍ମାନିତ କରିବାର ଏକ ପଦକ୍ଷେପ। ସେହିଭଳି ଧାନର କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା ହେବା ଚାଷୀ ମାନଙ୍କ ମୁହଁରେ ହସ ଫୁଟାଇବ ନିଶ୍ଚୟ। ଗାଁ ଗୁଡିକୁ ବିକଶିତ କରିବା ଆମର ଲକ୍ଷ୍ୟ ବୋଲି ମତ ଦେଇ ସେ କହିଲେ ଯେ କେବଳ ଜାତୀୟ ରାଜପଥ ନୁହେଁ, ପ୍ରତ୍ୟେକ ଗାଁକୁ ସବୁଦିନିଆ ପକ୍କା ସଡ଼କ ନିର୍ମାଣ ଆମ ପ୍ରାଥମିକତା ଓ ଏହାକୁ ଆମେ ନିଶ୍ଚିତ ପୂରଣ କରିବୁ । ଓଡିଶାରେ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନିକଟରେ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଆମ ପ୍ରତିଶ୍ରୁତି ଅନୁଯାୟୀ ୫ ବର୍ଷ ରେ ୧.୫୦ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ।ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା ହେଲେ କୁଶଳୀ ଯୁବକ ମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଇବେ।

ଆମେ ‘ ଉତ୍କର୍ଷ ଓଡ଼ିଶା ‘ ଜରିଆରେ ଅଧିକ ପୁଞ୍ଜି ନିବେଶ ପାଇଁ ଆନ୍ତରିକ ପ୍ରୟାସ ଆରମ୍ଭ କରିଛୁ। ଏଥି ସହିତ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ମଧ୍ୟ ମୁଁ ଆହ୍ଵାନ ଜଣାଉଛି। ଆପଣ ମାନେ ଏହି କୁମାର ଉତ୍ସବ ଆୟୋଜନ କଲା ଭଳି ସଫଳ ଉଦ୍ୟୋଗୀ ହୁଅନ୍ତୁ ଓ ଅର୍ଥନୈତିକ ବିକାଶରେ ସହଭାଗୀ ହୁଅନ୍ତୁ। ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶ, ରାଜ୍ୟ, ସମାଜ ଓ ଅର୍ଥନୀତି ପରିବର୍ତ୍ତିତ ହୁଏ ସାମୁହିକ ପ୍ରୟାସରେ। ଆପଣ ମାନେ ସଚେତନ ଓ ବିଜ୍ଞ। ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ପଲ୍ଲୀଶ୍ରୀ ମେଳା ର ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ମୋହନ ମାଝୀ ଙ୍କ ନେତୃତ୍ୱ ରେ ଓଡ଼ିଶା ରେ ଏକ ଲୋକ ପ୍ରିୟ ସରକାର ଗଠନ ହୋଇଛି ।  ମୁଖ୍ୟମନ୍ତ୍ରୀ ଙ୍କ ଆଗମନ ରେ ଆମ ଅଞ୍ଚଳ ରେ ବିକାଶ ର ଭିତ୍ତି ପଡ଼ିଲା । ଅନ୍ୟମାନଙ୍କ ମଧ୍ୟ ରେ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ସତ୍ୟବାଦୀ ର ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଏବଂ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଜନତାଙ୍କ ନିକଟରେ ଅଭିଭାଷଣ ରଖିଥିଲେ । ହରଦୁର୍ଗା ୟୁଥ କ୍ଲବର ସଭାପତି ଶ୍ରୀ ଅଶ୍ବିନୀ କୁମାର ସାହୁ ଏବଂ ସମ୍ପାଦକ ବିବେକାନନ୍ଦ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

July 3, 2026
TPCODL Gears Up for Rath Yatra 2026 with Robust Power Preparedness in Puri

TPCODL Gears Up for Rath Yatra 2026 with Robust Power Preparedness in Puri

July 3, 2026
TPWODL Strengthens Power Network to Ensure Reliable Electricity Supply During Monsoon

TPWODL Strengthens Power Network to Ensure Reliable Electricity Supply During Monsoon

July 3, 2026
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ

July 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

July 3, 2026
TPCODL Gears Up for Rath Yatra 2026 with Robust Power Preparedness in Puri

TPCODL Gears Up for Rath Yatra 2026 with Robust Power Preparedness in Puri

July 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version