No Result
View All Result
ଭୁବନେଶ୍ୱର :-> ଶାରଦୀୟ ଦୁର୍ଗାପୂଜା ପାଇଁ କଟକ – ଭୁବନେଶ୍ଵର ହୋଇ ଉଠିଛି ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ମୃଣ୍ମୟୀ ପ୍ରତିମା । ସପ୍ତମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା । ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼ । ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି । ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଭୁବନେଶ୍ୱର ର ବରମୁଣ୍ଡା ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି । ସେହି ଭଳି କାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ । ନୃତ୍ୟାଙ୍ଗନା ଙ୍କ ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ । 
No Result
View All Result