• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ସାରସ୍ଵତ ସମାରୋହ ଓ ଜାତୀୟ ଆଲୋଚନାଚକ୍ର

Proprietor Abhimanyu Maharana by Proprietor Abhimanyu Maharana
October 7, 2024
in ଓଡ଼ିଶା, କେନ୍ଦୁଝର, ଖୋର୍ଦ୍ଧା, ହୋମ୍
0
ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ସାରସ୍ଵତ ସମାରୋହ ଓ ଜାତୀୟ ଆଲୋଚନାଚକ୍ର
Share on FacebookShare on TwitterWhatsapp

୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦୁଝର  :-> ପ୍ରଫେସର ବାଉରୀବନ୍ଧୁ କରଙ୍କ ଦ୍ଵାରା ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ପ୍ରାୟୋଜିତ ଓ ଧରଣୀଧର ବିଶ୍ଵବିଦ୍ୟାଳୟ, କେନ୍ଦୁଝର ଦ୍ଵାରା ଆୟୋଜିତ ଚତୁର୍ଥ ରାଜ୍ୟ ସ୍ତରୀୟ ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ସାରସ୍ଵତ ସମାରୋହ ଓ ଜାତୀୟ ଆଲୋଚନା ଚକ୍ର ଆଜି ଧରଣୀଧର ବିଶ୍ଵବିଦ୍ୟାଳୟର ଦକ୍ଷିଣ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥିଲେ।

ଆରମ୍ଭରୁ ମଞ୍ଚାସିନ ଅତିଥିବୃନ୍ଦ ମାଆ ତାରିଣୀ ଓ ଦିବଂଗତ ବାଉରୀବନ୍ଧୁ କରଙ୍କ ଚିତ୍ରପଟରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ସମାରୋହର ଶୁଭାରମ୍ଭ କରିଥିଲେ।ବିଶ୍ଵବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଆରମ୍ଭରେ ଜାତୀୟ ସଙ୍ଗୀତ ପରିବେଷଣ କରିଥିବା ବେଳେ ଗବେଷଣା ପ୍ରତିଷ୍ଠାନର ସଦସ୍ୟ ଡ. ଚିତ୍ତରଞ୍ଜନ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ଡ. ସୁରେଶ ଚନ୍ଦ୍ର ଦାସ ତଥା କୋହ୍ଲଣ ବିଶ୍ଵବିଦ୍ୟାଳୟର ପ୍ରଫେସର ଏହି ଅବସରରେ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ।  ସ୍ମାରକୀ ସମାରୋହ ପ୍ରାରମ୍ଭରେ ମଞ୍ଚାସୀନ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କୁ ଗବେଷଣା ପ୍ରତିଷ୍ଠାନ ତରଫରୁ କୁଳପତି ଓ ବାଉରୀବନ୍ଧୁ କରଙ୍କ ସୁପୁତ୍ର ଶୁଭାଶିଷଙ୍କ ଦ୍ଵାରା ସ୍ମୃତିଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଚଳିତ ବର୍ଷର ବାଉରୀବନ୍ଧୁ କର ପ୍ରବନ୍ଧ‘ସମ୍ମାନ’ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡ. ଜ୍ଞାନୀଦେବାଶିଷ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ବିଶ୍ଵବିଦ୍ୟାଳୟର ଦୁଇଜଣ ବିଦ୍ୟାର୍ଥୀ ବର୍ଷାରାଣୀ ବାରିକ ଓ ପବିତ୍ର ମହାକୁଡଙ୍କୁ ବାଉରୀବନ୍ଧୁ କର ଛାତ୍ରବୃତ୍ତି ସମ୍ମାନ ବାବଦକୁ ମାନପତ୍ର ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନକରାଯାଇଥିଲା। ପରେ ପରେ ନିଜ ଅଭିଭାଷଣରେ ମୁଖ୍ୟ ଅତିଥି, ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଭାରତର ନୂତନ ଶିକ୍ଷା ନୀତି, ମାତୃଭାଷାର ବିକାଶ ଓ ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟଦେଇ ଓଡ଼ିଆ ସଂସ୍କୃତିର ସୁରକ୍ଷାରେ ସରକାରଙ୍କ ସହିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ।

ଏହି ଅବସରରେ କେନ୍ଦୁଝରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଜ୍ଞାନ ଆହରଣ ଯେତିକି ଗୁରୁତ୍ୱପୂର୍ଣ୍ଣ ତାର ଉପଯୁକ୍ତ ବିନିଯୋଗ ଓ ଅନ୍ୟାୟର ପ୍ରତିବାଦ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଜ୍ଞାନୀଗୁଣି ମାନଙ୍କୁ ଏହିଦିଗରେ ଚିନ୍ତା କରିବା ପାଇଁ ଆହ୍ଵାନ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ମାନ୍ୟବର ପାଟଣା ବିଧାୟକଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ ପ୍ରଫେସର ବାଉରୀବନ୍ଧୁ କରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ଵାନଦେଇଥିଲେ।  ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶରେ ବାଉରୀବନ୍ଧୁ କରଙ୍ କଅତୁଳନୀୟ ଅବଦାନ, ତାଙ୍କ ଜୀବନ ସଂଘର୍ଷ ଓ ସଫଳତାର କଥା ବଖାଣି ଥିଲେ ମୁଖ୍ୟବକ୍ତା ତଥା ବିଶିଷ୍ଟ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ।

ଉଦ୍ଘାଟନୀ ସମାରୋହକୁ ନିଜ ଧନ୍ୟବାଦ ପ୍ରସ୍ତାବ ମାଧ୍ୟମରେ ଶେଷ ସ୍ପର୍ଶଦେଇଥିଲେ ପ୍ରଫେସର ବାଉରୀବନ୍ଧୁ କରଙ୍କ ସୁପୁତ୍ରୀ ଡ. ଶୁଭଶ୍ରୀ କର । ପରେ ପରେ ଆରମ୍ଭ ହୋଇଥିଲା ଜାତୀୟ ଆଲୋଚନା ଚକ୍ର “ଓଡ଼ିଆ ସାହିତ୍ୟକୁ ପ୍ରଫେସର ବାଉରୀବନ୍ଧୁ କରଙ୍କ ଅବଦାନ” । ଏହି ଆଲୋଚନା ଚକ୍ରରେ ଭାଷା ଗବେଷଣା ପ୍ରତିଷ୍ଠାନର ଉପସଭାପତି ତଥା ଆଲୋଚକ ଡ. ବିମ୍ବାଧର ବେହେରା ସଭାପତିତ୍ଵ କରିଥିବା ବେଳେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଉରୀବନ୍ଧୁ କରଙ୍କ ସମାଲୋଚନା ଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଜାତୀୟ ସମ୍ପାନରେ ଅତିଥି ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟକ ଦାସ ବେନହୁର ବାଉରୀବନ୍ଧୁଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଓଗଦ୍ୟଶୈଳୀର ସ୍ୱତନ୍ତ୍ରତା ସମ୍ପର୍କରେ ବିଶ୍ଳେଷଣ କରିଥିଲେ।

ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଶ୍ରୀ ଅସିତ୍ ମହାନ୍ତି ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଛାତ୍ରଛାତ୍ରୀ ମାନେ କିପରି ବାଉରୀବନ୍ଧୁ କର ହୋଇପାରିବେ ସେ ସମ୍ପର୍କରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିସର ବ୍ରହ୍ମପୁରର ଉପସଚିବ ଡ. କୁଳମଣି ଓଝା ପ୍ରଫେସର ବାଉରୀବନ୍ଧୁ କରଙ୍କ ସମାଲୋଚନାକୁ ଐତିହାସିକ ଓ ସାଂସ୍କୃତିକ ଆଧାର ଉପରେ ଆଲୋଚନା କରିଥିଲେ । ଅନ୍ୟତମ ଆଲୋଚକ କବି ଦେବାଶିଷ ଚକ୍ରବର୍ତ୍ତୀ ପ୍ରଫେସର କରଙ୍କ ମହନୀୟ ସୃଜନ ଧାରାକୁ ବିରଳ ବୋଲି କହିବା ସହ ଓଡ଼ିଆ ସମାଲୋଚନା ପରମ୍ପରାରେ ତାଙ୍କର ପଦଚିହ୍ନ ସ୍ପଷ୍ଟ ବୋଲି ମତଦେଇଥିଲେ। ଆଲୋଚନା ଚକ୍ରର ମୁଖ୍ୟ ଅତିଥି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ପ୍ରଫେସର ବାଉରୀବନ୍ଧୁ କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଫେସର କରଙ୍କ ପ୍ରବନ୍ଧ ଓ ସମାଲୋଚନାର ସ୍ୱତନ୍ତ୍ରତାକୁ ଉଲ୍ଲେଖ କରିଥିଲେ।

ଆଜୀବନ ଜଣେ ସାଧନାମଗ୍ନ ଶିଳ୍ପୀ ଭାବେ ସମୟର ବାଲିବନ୍ତ ଉପରେ କାଳକାଳକୁ ପ୍ରତିଭାତ ହେଉଥିବ । ଆଲୋଚନା ଚକ୍ରର ସଭାପତି ବିଶିଷ୍ଟ ସଂସ୍କୃତି ଗବେଷକ ଡ. ବିମ୍ବାଧର ବେହେରା ବାଉରୀବନ୍ଧୁଙ୍କ ସହ ତାଙ୍କ ସୃଜନ ଜୀବନର ଅଭିଜ୍ଞତା ପ୍ରକାଶ କରିବା ସହଓଡ଼ିଆ ସମାଲୋଚନାର ଇତିହାସରେ ସେ ଏକ ଦିଗବାରେଣୀ ବୋଲି ମତଦେଇଥିଲେ । ଏହି ଅବସରରେ ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଶୁଭସ୍ମିତା ଦାଶ, ଅଧ୍ୟାପକ ଡ. ଅଜୟକୁମାର ସାହୁ ଓ ଡ.ଜ୍ୟୋତିରଞ୍ଜନ ମହାନ୍ତ ବାଉରୀବନ୍ଧୁ କରଙ୍କ ସୃଜନ ପ୍ରତିଭାଉପରେ ନିବନ୍ଧ ଉପସ୍ଥାପନା କରିଥିଲା ବେଳେ ସ୍ନାତକୋତ୍ତର ଓଡ଼ିଆ ଛାତ୍ରୀବର୍ଷାରାଣୀ ବାରିକ ବାଉରୀବନ୍ଧୁଙ୍କ ସମାଲୋଚନା ଦୃଷ୍ଟି ସମ୍ପର୍କରେ ନିବନ୍ଧଉପସ୍ଥାପନ କରିଥିଲେ। ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ କବି ସୁଧା ଦାଶ ଓ ଡ. ସୁମନ୍ତ୍ର ନାଏକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ସମାରୋହ ଓ ସମ୍ପାନରେ ପ୍ରଫେସର ବାଉରୀବନ୍ଧୁ କରଙ୍କ ପରିବାର ସଦସ୍ୟ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଗବେଷକ ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅଧ୍ୟାପିକା ପ୍ରଜ୍ଞାପରମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

June 12, 2026
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 12, 2026
ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

June 12, 2026
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version