No Result
View All Result
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ବାଙ୍କୀ ଗଡ଼ସ୍ଥ ଚୈତନ୍ୟଦେବ ମନ୍ଦିର ପ୍ରାଙ୍ଗଣରେ ଆଜି ବାଙ୍କୀ ବୀରାରାଣୀ ଶୁକଦେଈ ସ୍ମୃତି ପରିଷଦର ଏକ ବୈଠକ କବି କୌଶିକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ ସ୍ମୃତି ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ବୀରାରାଣୀ ଶୁକଦେଈଙ୍କ ତ୍ୟାଗ, ଆଦର୍ଶ, ନାରୀ ଜାତିର ପଥ ପ୍ରଦର୍ଶକ , ବୀରତ୍ୱର କାହାଣୀ ଓ ତାଙ୍କର କ୍ଷମାଶୀଳ ନୀତି ଉପରେ ଆଲୋଚନା କରାଯାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।
ବିଶେଷ କରି ବେଗୁନିଆ ନିକଟସ୍ଥ କୁଶପଲ୍ଲା ଗ୍ରାମରେ ମୁଣ୍ଡ ଦେଉଳ ସ୍ମାରକୀ ନାମରେ ରାଣୀ ଶୁକଦେଈଙ୍କ ପ୍ରତି ଅପମାନ ଓ ରାଣୀ ଶୁକଦେଈଙ୍କ ଉପରେ ମିଥ୍ୟାପୂର୍ଣ୍ଣ ଓ ତ୍ରୁଟିଯୁକ୍ତ ଦୁଇଗୋଟି ପୁସ୍ତକ ରଚନା କରାଯାଇଥିବାରୁ ସେଥିରେ ସମସ୍ତେ ନିନ୍ଦା କରିବା ସହିତ ଉକ୍ତ ପୁସ୍ତକକୁ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ବିଶେଷ କରି ରାଣୀ ଶୁକଦେଈଙ୍କ ସ୍ମୃତି ଉଦେଶ୍ୟରେ ବାଙ୍କୀଗଡ଼ ଠାରେ ରାଣୀ ଶୁକଦେଈ ତୋରଣ ନିର୍ମାଣ, ରାଜବାଟୀ ଠାରେ ପ୍ରତିମୂର୍ତ୍ତି ସ୍ଥାପନ ଓ ରାଣୀ ଶୁକଦେଈଙ୍କ ଉପରେ ଏକ ଐତିହାସିକ ତଥ୍ୟପୂର୍ଣ୍ଣ ପୁସ୍ତକ ପ୍ରକାଶନ କରିବା ପାଇଁ ବୈଠକରେ ସ୍ଥିର କରାଗଲା ।
ଏହି କାର୍ଯ୍ୟକ୍ରମରେ ବାଙ୍କୀ ରାଜବାଟୀର ଦାୟଦ ଅଧ୍ୟାପକ ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ରବିନାରାୟଣ ମଙ୍ଗରାଜ, ଲକ୍ଷ୍ମଣ ମନ୍ତ୍ରୀ, ନରୋତ୍ତମ ବେହେରା, କବି ନବକିଶୋର ମହାରଣା, ପୂର୍ବତନ ବାଙ୍କୀ ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସିଂହ, ଯୁବକବି ଭାଷ୍ମର ମହାନ୍ତି, ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କବି ଗଙ୍ଗାଧର ଓଝା, କବି ଲଲାଟେନ୍ଦୁ ପଣ୍ଡା, ସୁବାସ ଚନ୍ଦ୍ର ପ୍ରହରାଜ,ବଂଶୀଧର ମହାପାତ୍ର, ଜିତେନ୍ଦ୍ର ଦେଓ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result