ବିପ୍ଲବୀ ସଂଗଠନ ଗୋପ - ଭଙ୍ଗା ଫଳକ ସ୍ଥାନରେ ନୂତନ ଫଳକ ପାଇଁ ମସୁଧା ଚାଲିଛି

୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ଟି ସଦାସର୍ବଦା କୌଣସି ନା କୌଣସି କାରଣକୁ ନେଇ ପ୍ରାୟ ସମୟ ଚର୍ଚିତ ରହିଥାଏ l ସଦ୍ୟତମ ଚର୍ଚ୍ଚାର କାରଣ ଟି ହେଉଛି"ଫଳକ ରାଜନୀତି"। ଏବେ ସମଗ୍ର ରାଜ୍ୟରେ ଉକ୍ତ ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି l ଏହାର ମୁଖ୍ୟ କାରଣ ଟି ହେଲା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଯାହା କିଛି ଘଟୁଛି ତାହା ଖବର ଶିରୋନାମ ହେଉଛି।ତାହା ସରକାରୀ ସ୍ତରରେ ହେଉ କୀ ବେସରକାରୀ ସ୍ତରରେ ହେଉ କିମ୍ବା ବିରୋଧୀଙ୍କ ପାଇଁ ହେଉ।

ଗତ 30 ତାରିଖ ରେ ଶ୍ରୀମତୀ ପରିଡା ଙ୍କର ଗୋପ ଗସ୍ତ ପୂର୍ବରୁ ଗୋପ ବ୍ଲକ ପରିସରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଘଟିଥିଲା ବାକ ବିତଣ୍ଡା ଓ ଆରୋପ ପ୍ରତ୍ୟରୋପ l ସମ୍ପୂର୍ଣ୍ଣ ଘଟଣା ଟି ହେଲା, ଗତ 06/03/2024 ରିଖ ରେ ଗୋପ ପଞ୍ଚାୟତ ସମିତି ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ସମୟରେ ବ୍ୟବହାର ହୋଇଥିବା ଫଳକ ନାମ ଥୁବା ବ୍ୟକ୍ତି ବିଶେଷ ମାନେ ହେଲେ l କାକଟପୁର ର ବିଧାୟକ ତଥା ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା,ନିମାପଡା ବିଧାୟକ ତଥା ପୂର୍ବତନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ବିଡିଓ ଛବିରାଣୀ ସାହୁ, ଓ 31 ପଞ୍ଚାୟତ ର ସମସ୍ତ ସମିତି ସଭ୍ୟ/ସଭ୍ୟା ଙ୍କ ନାମ ରହିଥିବା ସ୍ଥଳେ ପୁନଃ ଗତ 30 ତାରିଖ ରେ ଏକ ଗୃହ କୁ ଭିଡିଓ କମ୍ଫରେନ୍ସ ହଲ ନାମରେ ଉଦ୍ଘାଟନ କରିବା ପୂର୍ବରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ l ନୂତନ ଫଳକରେ କେବଳ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ୩ଟି ବିଭାଗ ର ନାମ ଲେଖା ଥିବା ଫଳକ ଟିକୁ ଗୃହ କାନ୍ଥ ରେ ମାରିଥିଲେ l

ଅନ୍ୟ ମାନଙ୍କର ନାମ ନ ରହି କେବଳ ପଦ ପଦବୀ ଲେଖା ହୋଇ ଥିଲା।ଉକ୍ତ ଫଳକ ଟି ଗତ କାଲି କୌଣସି କାରଣ ବଶତଃ ଗଳି ପଡ଼ିଥିଲା । ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଗୋପ ବ୍ଲକ ରେ ନୂତନ କାର୍ଯ୍ୟାଳୟ ଗତ ମାର୍ଚ୍ଚ ମାସ ରେ ଉଦ୍ଘାଟନ ହୋଇଥିବା ସ୍ଥଳେ ପୁନଃ ଏକ ଗୃହ କୁ ଫଳକ ମାରି ଉଦ୍ଘାଟନ କରିବା ର ମାନେ କଣ ହୋଇପାରେ ? ଦୀର୍ଘ 5 ଦିନ ଧରି କଲମ ଛଡା ଆନ୍ଦୋଳନ ରେ ଗୋପ ବ୍ଲକ ବାସୀ ଯେଉଁଭଳି ଅସୁବିଧା ର ସମ୍ମୁଖୀନ ହେଲେ ସେଥିପାଇଁ କିଏ ଦାୟୀ ରହିବ l

ଏଥିପାଇଁ ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ (ବିପ୍ଲବୀ ଯୁବ ସଂଗଠନ) ସଭାପତି ଚନ୍ଦ୍ରକାନ୍ତ ସାହୁ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି l ତୁରନ୍ତ ଆନ୍ଦୋଳନ କୁ ବନ୍ଦ କରି ସାଧାରଣ ଜନତା ଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ, ନଚେତ ଆଗାମୀ ଦିନରେ ଆନ୍ଦୋଳନକାରୀଙ୍କୁ ଦୃଢ଼ ପ୍ରତିବାଦ କରାଯିବାର କୋଠର ଚେତାବନୀ ଦେଇଛନ୍ତି l କାରଣ ସାଧାରଣ ଜନତା ଙ୍କ ଟ୍ୟାକ୍ସ ରେ ସରକାରୀ କର୍ମଚାରୀ ମାସିକ ବେତନ ପାଉଥିବା ସ୍ଥଳେ ସାଧାରଣ ଜନତା ଙ୍କୁ ସେବା ଦେବା ପରିବର୍ତ୍ତେ ଅସୁବିଧା ରେ କାହିଁକି ପକାଉଛନ୍ତି l

ସରକାରୀ ଅଧିନିୟମ ଅନୁଯାୟୀ କାର୍ଯ୍ୟ ବନ୍ଦ ତ ଦରମା ବି ବନ୍ଦ ହେଵ କଥା , କିନ୍ତୁ ଏଠି ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ଅଛି l ସମ୍ବାଦ ସଂଗ୍ରହ ସୁଦ୍ଧା କୌଣସି ପ୍ରକାର ସମାଧାନ ର ରାସ୍ତା ବାହାରିନଥିଲା l ଶୁଣିବାକୁ ମିଳୁଛି ଭାଙ୍ଗିଯାଇଥିବା ଫଳକ ସ୍ଥାନରେ ନୂତନ ଫଳକ ମାରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ମସୁଧା ହେଉଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଗୋପ ବ୍ଲକ ପ୍ରଶାସନ ଙ୍କୁ ଜଣାଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି l