No Result
View All Result
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ୭୦ତମ ରାଜ୍ୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ (ବନ୍ୟପ୍ରାଣୀ) ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥ ମେଫେୟାର ହୋଟେଲ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତର ଚମ୍ପାଇଲୋ ଗ୍ରାମର ଯୁବ ଫଟୋଗ୍ରାଫର ବିବେକ ବିଭୁପଦ ବନ୍ୟପ୍ରାଣୀ ଫଟୋ ପ୍ରତିଯୋଗିତାରେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ବିଭାଗୀୟ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କଠାରୁ ପ୍ରମାଣପତ୍ର ଓ ପୁରସ୍କାର ବାବଦ ବ୍ୟାଙ୍କ ଚେକ୍ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, 
ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମୁଖ୍ୟ ମନୋଜ ଭି ନାୟାର ପ୍ରମୁଖ ଯୋଗଦେଇଥିଲେ। ପ୍ରକାଶ ଥାଉକି, ସୃଜନଶୀଳ ପ୍ରାକୃତିକ ଦୃଶ୍ୟ ଉତ୍ତୋଳନ କ୍ଷେତ୍ରରେ ବିବେକଙ୍କ ପାରଦର୍ଶିତାକୁ ଭିତ୍ତିକରି ଗତବର୍ଷ ଅର୍ଗସ ଟିଭି ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୧୯ ମସିହାରେ ମଧ୍ୟ ତାଙ୍କୁ ବନ୍ୟପ୍ରାଣୀ ଚିତ୍ରୋତ୍ତଳନ ନିମନ୍ତେ ତୃତୀୟ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ନ୍ୟାସନାଲ ଯୋଗ୍ରାଫିକ ଚାନେଲରେ ତାଙ୍କର ଫଟୋ ପ୍ରସାରିତ ହେଉଛି। ସେ ଜଣେ ବୈଷୟିକ ସ୍ନାତକ ହେଲେ ମଧ୍ୟ ପ୍ରାକୃତିକ ଦୃଶ୍ୟ ଉତ୍ତୋଳକ ଓ ପଶୁପକ୍ଷୀ ତଥା ପରିବେଶପ୍ରେମୀ ଅଟନ୍ତି। ତାଙ୍କର ପିତା ମନୋଜ କୁମାର ଗୁମାନସିଂହ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ସାହିତ୍ୟ ସଂସ୍କୃତି ସଂଗଠକ। ତାଙ୍କର ଏ କୃତିତ୍ୱ ନିମନ୍ତେ ତାଙ୍କର ଅଜା ଅବସରପ୍ରାପ୍ତ ଅତିରିକ୍ତ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ତଥା ପରିବେଶପ୍ରେମୀ ଭାଗୀରଥି ମଙ୍ଗରାଜଙ୍କର ପ୍ରେରଣା ରହିଛି ବୋଲି ସେ ସ୍ୱୀକାର କରନ୍ତି ।
No Result
View All Result