No Result
View All Result
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ବାଇଁ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ବିକାଶ ରେ ସମସ୍ତଙ୍କ ସହଭାଗିତା କାମନା କରିଥିଲେ।ଏଥିରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,
ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଜିଲ୍ଲା ପରିଷଦର ଉପ ସଭାପତି ସ୍ବାଧୀନ ନାୟକ ,ସାଂସଦ ଓ ବିଧାୟକ ଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏଥିରେ ଜିଲ୍ଲା ପରିଷଦର ସଦସ୍ୟ, ବ୍ଲକ ଅଧ୍ୟକ୍ଷ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଡ଼ିଓ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result