No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ହେଉଛି ଜାତିର ପିତା ମହାତ୍ମାଗାନ୍ଧୀ କଂ ଜନ୍ମ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ , ଗାନ୍ଧୀ ବିଚାର ପ୍ରଚାର ପ୍ରସାର ମଞ୍ଚ ତରଫରୁ ଆଜି ନୟାଗଡ଼ ତ୍ରନାଥ ଛକରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ କଂ ପ୍ରତିମୂର୍ତ୍ତି ରେ ମାଳ୍ୟପଣ ପରେ, ଏକ ବିରାଟ ତ୍ରରଙ୍ଗା ପଦଯାତ୍ରା ବଜାର ପରିକ୍ରମା କରି ଥନୟାଗଡ଼ ବ୍ଲକ ପରିସର ପର୍ଯ୍ୟନ୍ତ।ଯାଇଥିଲା ।
ଏହାପରେ ବ୍ଲକ୍ ପରିସରରେ ଅନୁଷ୍ଠିତ ସଭାରେ , ଗାନ୍ଧୀ ଙ୍କ ବିଚାର ଧାରା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ , ସମ୍ମାନିତ ଅତୀଥି ଭାବରେ , ଓଡିଶା ହାଇକୋର୍ଟ ସଭ୍ୟ ତଥା ରାଜ୍ୟ ଆଇନଜିବୀ ପରିଷଦ କଟକ ର ସଭ୍ୟ,
ଶ୍ରୀଯୁକ୍ତ ବିଭୁପ୍ରସାଦ ତ୍ରିପାଠି , ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଗାନ୍ଧୀ ବିଚାର ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଆରୋପ କରିଥିଲେଆ । ଏହି କାର୍ଯ୍ୟକ୍ରମ ରେ ଆବାହକ ରଣଜିତ୍ ଦାଶ ,ପ୍ରମୋଦ ପଟ୍ଟନାୟକ ଏବଂ ସମସ୍ତ ଗାନ୍ଧୀପ୍ରେମୀ ଉପସ୍ତତ ରହିଥିଲେ ।
No Result
View All Result