No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲାବେଳେ
ବିଦ୍ୟାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଥିଲା । ବିଦ୍ଯାଳୟର ବରିଷ୍ଠ ଗୁରୁଜୀ ରଂଜନ କୁମାର ପରିଡା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନ ରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା।
ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଓଡିଶା ସରକାରଙ୍କ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ଆଜିର ପ୍ରାର୍ଥନା କାଳାଂଶ ତଥା ସ୍ମ୍ରୁତି ଚାରଣ ସଭାରେ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ବୟସ୍କ ବ୍ଯକ୍ତି ମାନଙ୍କୁ ସମ୍ମାନ କରିବା, ସେମାନଙ୍କର ଯତ୍ନ ନେବା ଓ ସେବା କରିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

No Result
View All Result