No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଳରୁ ଅଣଦେଖା କରୁଥିବା ଅଭିଯୋଗ କରି ଗତ କିଛିଦିନ ତଳେ ରାଜ୍ୟ ବିଜେଡ଼ି ସଭାପତି ଙ୍କୁ ଇସ୍ତପା ଦେଇଥିଲେ ଦଶପଲ୍ଲା NAC ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ । ଏନେଇ ଏକ ଇସ୍ତପା ପତ୍ରର ଫଟୋ ମଧ୍ୟ ନିଜ ଫେସବୁକ୍ ରେ ଛାଡିଥିବା ଜଣାପଡ଼ିଥିଲା । ସୂଚନାଥାଉକି କିଶୋର ପୂର୍ବରୁ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଦଶପଲ୍ଲା ସ୍ଥିତ ଜଗଦେବପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ।
ଏବଂ ପରେ ୧୪ ନଂ ୱାର୍ଡ଼ ର କାଉଁସିଲର ଭାବରେ ନିର୍ବାଚିତ ହୋଇ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷ ପଦ ହାତେଇ ଥିଲେ।ଆଜି ସେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ବିଜେପି ରେ ସାମିଲ ହୋଇଥିବା ଜଣାପଡ଼ିଛି।ତତ୍ ସହିତ ଶିମିଳିସାହି ସରପଞ୍ଚ ,କୁଲୁରୁକୁମ୍ପା ସରପଞ୍ଚ ଅଶୋକ କୁମାର ନାୟକ ଙ୍କ ଭଳି ଅନେକ ଜନପ୍ରତିନିଧି ବିଜେପି ରେ ସାମିଲ ହୋଇଥିବା ଜଣାପଡ଼ିଛି।
No Result
View All Result