No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସଂୟଶାସିତ ମହାବିଦ୍ୟାଳୟର ଉଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋରଞ୍ଜନ ସାହୁଙ୍କୁ ଆଜି କଲେଜ ଦୃଶ୍ୟଶ୍ରାବ ଗୃହ ଠାରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ସଭାରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ବ କରି ପ୍ରାଧ୍ୟାପକ ସାହୁ ଜଣେ ଛାତ୍ର ବତ୍ସଳ ଓ ବନ୍ଧୁ ବତ୍ସଳ ଅଧ୍ୟାପକ ଭାବେ ବର୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ପୂର୍ବତନ ଉପାଧ୍ୟକ୍ଷ ପ୍ରାଧାପକ ମନୋଜ କୁମାର ମହାପାତ୍ର, ଡକ୍ଟର ଶଶିଭୂଷଣ ମହାପାତ୍ର ପ୍ରମୁଖ ଯୋଗଦାନ କରି ପ୍ରାଧ୍ୟାପକ ସାହୁଙ୍କ ପାଠ ପଢା ଶୈଳୀ ଉପରେ ଆଲୋକ ପାତ କରିଥିଲେ। ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସାଗତ ଭାଷଣ ପ୍ରଦାନ କରିଥିଲେ।
ଅତିଥି ଭାବେ ଅଧ୍ୟାପକ ଯୋଗିନାଥ ମଲ୍ଲିକ୍, ଡକ୍ଟର ଅବନ୍ତିକା କର, ଅଧ୍ୟାପିକା ଚିନ୍ମୟ ମିଶ୍ର, ଡକ୍ଟର ପ୍ରଦୀପ୍ ଦେବତା, କ୍ୟାପଟେନ୍ ଗୁରୁବାରି ସାହୁ, ଡଃ ନିରାକାର ସାମନ୍ତରାୟ, ଡଃ ଅଭିମନୁ ରଣା, ଅଧ୍ୟାପକ ମୁକ୍ତିପଦ ପଣ୍ଡା, ଡଃ ଶ୍ରୀକାନ୍ତ ଦାଶ, ବୃନ୍ଦାବନ ପ୍ରଧାନ, ଅଧ୍ୟାପକ ଚିନ୍ମୟ ତ୍ରିପାଠୀ, ଅଧ୍ୟାପିକା ଦେବସ୍ମିତା ପଣ୍ଡା ପ୍ରମୁଖ ଯୋଗଦାନ କରି ଅଧ୍ୟାପକ ସାହୁ ଜଣେ ଆଦର୍ଶ ଓ କର୍ମନିଷ୍ଠ ଅଧ୍ୟାପକ ଭାବେ ବର୍ଣ୍ଣନା କରିଥିଲେ । ଶେଷରେ ଅଧ୍ୟାପକ ସାହୁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରାଯାଇଥିଲା । ଡଃ ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result