No Result
View All Result
୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଭରତ ନୋଡାଲ କୋରଡ଼ା ରେ କ୍ଲଷ୍ଟର ସି ଆର୍ ସି ସି ଶ୍ରୀନିବାସ ରଥ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ନିରୁପମା ପାତ୍ର ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ,ପଞ୍ଚାୟତ ହାଇସ୍କୁଲ୍ କୋରଡ଼ା ପ୍ରଧାନ ଶିକ୍ଷକ ଦୀପକ କୁମାର ଖଣ୍ଡୁଆଳ,ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,
ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର ପ୍ରମୁଖ ଯୋଗଦେଇ ଶିଶୁ ମହୋତ୍ସବ ସୁରଭି ଦ୍ଵାରା କିପରି ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ,ଗୀତ ,ନୃତ୍ୟ , ଇଲୋକୁସନ, ମଧ୍ୟାହ୍ନ ଭୋଜନ ଆଦି ପ୍ରତିଯୋଗିତାରେ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସେହିପରି ଦୁରୁଦୁରା, ଚାହାଳି, ନୀଳାଦ୍ରିପୁର କ୍ଲଷ୍ଟର ରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
No Result
View All Result