No Result
View All Result
୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ (ଫଲ୍କ ଡ୍ୟାନ୍ସ) ପ୍ରତିଯୋଗିତା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ଜିଲ୍ଲାର ୮ଟି ବ୍ଲକରେ ଥିବା ବିଦ୍ୟାଳୟର ୪୭ ଜଣ ପ୍ରତି ଯୋଗୀ ଯୋଗ ଦେଇଥିଲେ | ବ୍ରଜେନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ବରିଷ୍ଠ ଶିକ୍ଷକ ବଟ କିଶୋର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ଚନ୍ଦ୍ର ସାହୁ ଆଗେଇ ନେଥିବାବେଳେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,
ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସଂଗୀତ ସଂଯୋଜକ ଗୋପୀନାଥ ସେଠୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ | ଏଥିରେ ନୟାଗଡ଼ ବ୍ଲକର ଲାଠିପଡ଼ା ହାଇସ୍କୁଲ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି | ସେହିପରି ଦଶପଲ୍ଲା ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ଭାପୁର ବ୍ଲକର ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି | ଜିଲ୍ଲା ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ତିନୋଟି ଦଳକୁ ଆର୍ଥିକ ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି l

No Result
View All Result