No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବାଣପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଦୀନବନ୍ଧୁ ପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୪ ଵଡପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ ସଂଯୋଜକ ପ୍ରେମଚାନ୍ଦ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ପ୍ରତିଭା ଚୟନ କାର୍ଯ୍ୟକ୍ରମ ରେ ଦୁଇଟି ଉଚ୍ଚ ବିଦ୍ୟାଳୟ ସମେତ ୧୦ରୁ ଉର୍ଦ୍ଧ୍ବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସେମାନଙ୍କ ର ପ୍ରତିଭା ପ୍ରଦର୍ଶନ କରିଥିଲେ।
ସ୍ଥାନୀୟ ନାଚୁଣୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସ୍ବପ୍ନାଞ୍ଜଳି ପଲେଇ ଶ୍ରୀ ଗଣନାଥ ଙ୍କ ପ୍ରତିମା ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହାପରେ ସ୍ରୃଜନାତ୍ମକ ଲିଖନ, ତର୍କ, ଚିତ୍ରାଙ୍କନ,ଶ୍ରୃତଲିଖନ, କୁଇଜ୍,କଣ୍ଠ ସଙ୍ଗୀତ, ଦେଶାତ୍ମବୋଧକ ଲୋକନୃତ୍ୟ ଆଦି ପ୍ରତି ଯୋଗିତା ହୋଇଥିଲା।ବିଚାରକ ଭାବେ ଶିକ୍ଷକ ଦୁର୍ଯୋଧନ ମୁଦୁଲି,ବିକ୍ରମ କେଶରୀ ବାରିକ,
ଆଲୋକ କୁମାର ବରାଳ, ଲକ୍ଷ୍ମୀ ଧର ପ୍ରଧାନ ପ୍ରମୁଖ ଯୋଗ ଦେଇ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ। ଏହା ପରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇ ଥିଲା । ସରପଞ୍ଚ ଶ୍ରୀମତୀ ସ୍ବପ୍ନାଞ୍ଜଳି ପଲେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ରେ ଉକ୍ତ ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ଯଦୁମଣି ଜେନା, ସହକାରୀ ଶିକ୍ଷୟିତ୍ରୀ ସୁବାସିନୀ ସାହୁ,ଅଭୟ କୁମାର ବରାଳ, ଟେକ୍ ମଞ୍ଜରୀ କିଶାନ୍, ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
No Result
View All Result