No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ବୁଧବାର ଅପରାହ୍ନରେ ନିମାପଡ଼ା ବ୍ଲକ ର ବିଜୁପଟ୍ଟନାୟକ ସଭାଗୃହ ରେ ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ୨୮୬ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା ବାଣ୍ଟିବା ସହିତ ଭିନ୍ନକ୍ଷମ ମାନଙ୍କୁ ଟ୍ରାଏ ସାଇକେଲ୍ ଓ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ ।
ଆଗକୁ ଆହୁରି ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବିଡ଼ିଓ ଅଭିଜିତ ଷଡଙ୍ଗୀ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ,ଅଜୟ ସ୍ଵାଇଁ ଓ ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result