No Result
View All Result
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଚଳିତ ମାସ ଗୁଣପୁର ଡାକ ବଂଙ୍ଗଳା ଠାରେ ରାୟଗଡ଼ା ଜିଲ୍ଲା ଓ ଗଜପତି ଜିଲ୍ଲା ମିଳିତ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଅନାସିମ ଶବର ସଭା ପରିଚାଳନା କରିଥିବା ବେଳେ ସିପିଆଇ ଏମ୍ଏଲ୍ ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ-ତ୍ରିପତି ଗମାଙ୍ଗ,ଶ୍ରୀ- ବୃନ୍ଦାବନ ବିଡିକା,ଶ୍ରୀ-କରୁଣା କର ଲିମା ମୁଖ୍ଯ ଅଥିତି ଭାବେ ରହିଥିଲେ।

ଉକ୍ତ ବୈଠକରେ ସମସ୍ତଙ୍କ ଉପସ୍ଥିତିରେ ସର୍ବୋସମତ୍ତି କ୍ରମେ ଟ୍ରାକ୍ଟର ମାଲିକ ସଂଘର ନାମ, (ଗ୍ରାମୀଣ ମୁକ୍ତି ଟ୍ରାକ୍ଟର ମାଲିକ ସଂଘ) ନାମରେ ନାମିତ କରାଗଲା। ଉକ୍ତ ମାଲିକ ସଂଘରେ ଗାଇ ଗାଇ ଦଳବେହେରା (ସଭାପତି),ଯୁବଲିସ ରଇତ (ଉପ ସଭାପତି), ମାର୍କାସ ଦଳବେହେରା (ସମ୍ପାଦକ), ଜିବନ୍ତ ଦଳବେହେରା (ସହ ସମ୍ପାଦକ), ଗାଗାନା ଶବର (କୋଷାଧ୍ୟକ୍ଷ),ସୁପ୍ରିଏମ୍ କାର୍ଯୀ, ଯାକୁବ ରଇତ, ଅନାସିମ ଶବର,
ଆନୁଆର୍ ଶବର,ଅବିନାଶ ଶବର, ଶିଲିକା ଗମାଙ୍ଗ,ଲେବିୟ ଗମାଙ୍ଗ, ଆମନ ଗମାଙ୍ଗ,ଯିବିସିୟ ଭୂୟାଁ, ସାନସି ଗମାଙ୍ଗ,ଜୈସନଦ୍ର ଶବର ଏହି ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଉକ୍ତ ବୈଠକରେ ଟ୍ରାକ୍ଟର ମାଲିକ ମାନଙ୍କର ବିଭିନ୍ନ ସମସ୍ୟାଗୁଡିକ ନେଇ ତହସିଲଦାର ଓ ଉପ-ଜିଲ୍ଲା ପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି l ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ୟୁଜ୍ ଓଡିଶା।
No Result
View All Result