No Result
View All Result
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି “ଶ୍ରୀମଦ ଭାଗବତ ଓ ସାମାଜିକ ମୂଲ୍ୟବୋଧ ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆଲୋଚନା ଚକ୍ରକୁ ଉଦଘାଟନ କରିବା ପରେ ଛାତ୍ରୀମାନେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ ଭାଗବତ ଆବୃତ୍ତି କରିବା ପରେ ସେମିନାର ସଂଯୋଜିକା ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l
ଏହାପରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ତଥା ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରି ଭାଗବତର ପ୍ରତିଟି ପଂକ୍ତିରେ କିପରି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ରହିଛି ତାହା କହିଥିଲେ l ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଗବତ ଗବେଷକ ପଣ୍ଡିତ ଦାଶରଥୀ ସାମନ୍ତରାୟ କହିଲେ ଯେ ସମଗ୍ର ବିଶ୍ୱକୁ ଓଡ଼ିଆ ଜାତିର ଅନନ୍ୟ ଅବଦାନ ହେଉଛି ହେଉଛି ଶ୍ରୀମଦ ଭାଗବତ l ଏହି ଆଧ୍ୟାତ୍ମିକ ଗ୍ରନ୍ଥରେ ମନୁଷ୍ୟର ସ୍ବଧର୍ମ, ଯଥାର୍ଥ କର୍ମ,ଭକ୍ତି,ଜ୍ଞାନ,ଯୋଗଯୁକ୍ତ ଜୀବନ ଶୈଳୀ, ଗୁରୁତତ୍ତ୍ୱ, ନୈତିକତା,ଆଧ୍ୟାତ୍ମିକତା ସମେତ ମନୁଷ୍ୟର ଲକ୍ଷ୍ୟ,ସମର୍ପିତ ଚେତନା ଓ ଆଚରଣ ଆଦି ସମ୍ପର୍କରେ ଅନେକ ପରାମର୍ଶ ସଙ୍ଗୋପିତ ହୋଇ ରହିଛି l
ଏହା ଓଡ଼ିଆ ଜାତିର ଆଧ୍ୟାତ୍ମିକ ଅସ୍ମିତାକୁ ପ୍ରତିଫଳିତ କରେ l ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସମ୍ପାଦକ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦେଇ ଓଡ଼ିଆ ଭାଗବତରେ ନିହିତ ଶୈକ୍ଷିକ ଓ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଆଲୋଚନା ଚକ୍ରରେ ଅଧ୍ୟାପକ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ,ଡକ୍ଟର ସନ୍ତୋଷ କୁମାର ରଥ,ବିଦ୍ୟାଧର ଜୁଝlରସିଂହ,ମନସ୍ବିନୀ ପଟ୍ଟନାୟକ, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଯୋଗଦେଇ ଭlଗବତ ଚର୍ଚ୍ଚା ରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା lଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ l
No Result
View All Result