No Result
View All Result
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ତଥା ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ବଳବନ୍ତରାୟ ଙ୍କ ର ତାଙ୍କର ବାସଗୃହ ହରିପୁର ଶାସନରେ ପରଲୋକ ଘଟିଯାଇଛି।ଜଣେ ନିଷ୍ଠାପର କଂଗ୍ରେସ କର୍ମୀ ଭାବେ ସେ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରି ବ୍ଲକ କଂଗ୍ରେସ କମିଟି ସହ ଜଡ଼ିତ ଥିଲେ ।
ଗତ ୧୯୯୭ ମସିହାରୁ ସେ ୨୦୦୨ ମସିହା ପର୍ଯ୍ୟନ୍ତ ହରିପୁର ଗ୍ରାମ ପଞ୍ଚାୟତ ର ଜଣେ ସଚ୍ଚୋଟ, ନିଷ୍ଠାପର ସରପଞ୍ଚ ଭାବେ ବହୁ ଜନ ହିତକର କାମ କରି ପଞ୍ଚାୟତ ବାସୀଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ତାଙ୍କର ମର ଶରୀରକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଛି । ତାଙ୍କର ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
No Result
View All Result