No Result
View All Result
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୁଖାଦ୍ୟ ର ସେବନ ଠିକ୍ ସମୟରେ କଲେ ଏହା ସୂପାଚ୍ୟ ହୋଇ ମନୁଷ୍ୟକୁ ସୂପୋଷିତ କରେ । କିନ୍ତୁ କାଳନ୍ତର ରେ ବିଜ୍ଞାନର ଅଗ୍ରଗତି ସହିତ ମନୁଷ୍ୟ ନିଜର ପାରମ୍ପରିକ ଖାଦ୍ୟ ଠାରୁ ଦୂରେଇ ଯାଇ ଏକ ଅବ୍ୟବସ୍ତିତ ଜୀବନଶୈଳୀ କୁ ଆପଣେଇ ନେଇଛନ୍ତି ପାଶ୍ଚତ୍ୟର ଆକର୍ଷଣ ରେ ସେମାନେ ଅନେକ ଜଙ୍କଫୁଡ, ଫାଷ୍ଟଫୁଡ ଯେପରିକି – ଚାଓମିନ, ପିଜା, ବର୍ଗର , ମୋମୋସ ଇତ୍ୟାଦି ସେବନ କରି ହୃଦରୋଗ , ଡାଇବେଟିସ, କିଡନୀ ରୋଗ ଆଦିରେ ଆକ୍ରାନ୍ତ ହେଉଛନ୍ତି ଏହା ସମଗ୍ର ମାନବଜାତି ଓ ଭାରତ ବର୍ଷ ପାଇଁ ଏକ ଅଭିଶାପ ପାଲଟି ଯାଇଛି। ଆମର ସଂସ୍କୃତ ରେ ଗୋଟିଏ ସୁନ୍ଦର କଥା ଟିଏ ଅଛି l ଅର୍ଥାତ୍ ଯେପରି ଅନ୍ନ/ଭୋଜନ ସେପରି ମନ ଏବଂ ସେପରି ତନ ମଧ୍ୟ ହୋଇଥାଏ । ପୋଷଣ ବିହୀନ ଖାଦ୍ୟ ଖାଇ ଆମର ଯୁବଗୋଷ୍ଠୀ ବିଭ୍ରାନ୍ତ ହୋଇ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ଏବଂ ଚିନ୍ତା ଅବଜାଦରେ ବୁଡି ରହିଛନ୍ତି ତେଣୁ ଭାରତ ବର୍ଷରେ କୁପୋପଣକୁ ଦୂର କରି ସୁସ୍ଥ ଭାରତ ଗଢ଼ିବା ନିମନ୍ତେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପୋଷଣ ଅଭିଯାନ 2018 ରେ ଆରମ୍ଭ କରିଥିଲେ ,
ସରକାରଙ୍କ ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ କମଳା ନେହେରୁ କଲେଜର ଗୃହବିଜ୍ଞାନ ବିଭାଗ ଏକ ନିଆରା ତଥା ସ୍ବାସ୍ଥ୍ୟପ୍ରଦ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲା ସେପ୍ଟେମ୍ବର ମାସକୁ ପୋଷଣ ମାହ ବା ‘National Nutrition Month’ ରୁପେ ପାଳନ କରାଯାଏ ତେଣୁ ଏହି ଅବସରରେ କମାଳନେହେରୁ କଲେଜ୍ ରେ ଗୃହ ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ଡକ୍ଟର ମଧୁସ୍ମିତା ଦାସ୍ ଙ୍କ ତତତ୍ତ୍ଵାବଧାନ ଓ ନିର୍ଦ୍ଦଶନାରେ ଏବଂ ଶ୍ରୀମତୀ ତପସ୍ଵିନୀ ବିଣାକାର ରଞ୍ଜିତା ବେହେରାଙ୍କ , ଭାରତୀ ପ୍ରଧାନ ଙ୍କ ସହାୟତାରେ ସୁଷମ ଖାଦ୍ୟ ମେଳାର ଆୟୋଜନ କରିଥିଲେ. ଏହି ଆୟୋଜନରେ 35 ରୁ ଅଧିକ ଷ୍ଟଲ୍ ଲାଗିଥିଲା ସେଥିରେ ମାଣ୍ଡିଆ ଗୁପଚୁପ, ମାଣ୍ଡିଆ ମାଲପୁଆ, ବ୍ରାଉନ ବ୍ରେଡ ପରିବା ସାନଡୁଇଚ, ଟଙ୍କ ତୋରାଣି, ମସଲା ଇଟଲି, ଇଟଲୀ ଘୁଗୁନି, ମକା ଚାଟ,ଲେମ୍ବୁ ସିକଞ୍ଜି, ମାଣ୍ଡିଆ ପ୍ୟାନ କେକ୍,
ଇତ୍ୟାଦି ଭଳି ଖାଦ୍ୟ ସବୁ ପରିବେଷଣ କରାଯାଇଥିଲା ଏଗୁଡ଼ିକ ପୋଷଣ ରେ ଭରପୁର ଏବଂ ସ୍ବାସ୍ଥ୍ୟ ପଦ ଅଟେ । ଏବଂ ବିଭିନ୍ନ ଷ୍ଟଲ୍ ରେ ଏହି ଖାଦ୍ୟଗୁଡ଼ିକ କମ୍ ମୂଲ୍ୟରେ ପିଲାମାନଙ୍କୁ ଦିଆଯାଇଥିଲା । ଯାହାଦ୍ବାରା କି ସେଦିନ ପିଲାଙ୍କ ମଧ୍ୟରେ ଏକ ଅଭିଭାବ ଆଗ୍ରହ ମଧ୍ୟ ଦେଖା ଯାଇଥିଲା । ପିଲାମାନେ ଏହାକୁ ବହୁତ ଭଲ ଭାବରେ ଗ୍ରହଣ କରିଥିଲେ । ଏବଂ ସେହିଦିନ ଯେଉଁଦିନକି ଗୁପଚୁପ୍, ଦହିବରା ଓ ଚାଟ୍ ଦୋକାନର ଭିଡ଼ କମିଥିଲା ଏବଂ ଭିଡ଼ ଏହିଠାରେ ଦେଖା ଯାଇଥିଲା । ପିଲାମାନେ ପାରମ୍ପାରିକ ଖାଦ୍ୟକୁ ଆମର ବହୁତ ଆଗ୍ରହର ସହିତ ଖାଇଥିଲେ । ଏକ ସୁନ୍ଦର ନାଟକଟିଏ ପରିବେଷଣ କରିଥିଲେ ଏବଂ ଯେଉଁଥିରେ ପିଲାମାନେ ସୁଷମ ଖାଦ୍ୟର ଗୁରୁତ୍ତ୍ଵପୂର୍ଣ୍ଣକୁ ସୁନ୍ଦର ନାଟକ ଦ୍ଵାରା ଶିଖାଇଥିଲେ ଏବଂ ବହୁତ ଜନ ସନାଙ୍ଗମ ମଧ୍ୟ ହୋଇଥିଲା ଓ ବହୁତ ପିଲାମାନେ ମଧ୍ୟ ଏହାକୁ ଦେଖି ଖୁସିହେଲେ ତାହା ସହିତ ନିକଟସ୍ଥ ବସ୍ତିରେ ଯାଇ ବୁଲିବୁଲି ଛୋଟପିଲl ଓ ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ ସୂପୋଷଣର ମହତ୍ତ୍ଵ ବିଷୟରେ ମଧ୍ୟ ବୁଝାଇଥିଲେ l
No Result
View All Result