No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇ ଛକ ନିକଟସ୍ଥ ଆମିଷ ବଜାର ଠାରେ ବହୁଦିନ ଧରି ଅସହାୟ ଅବସ୍ଥାରେ ରହୁଥିବା ଦେବା ଠାକୁର୍ ପରିବାର କୁ ସହାୟତା ର ହାତ ବଢାଇଲା ସ୍ୱଚ୍ଛା ଅନୁଷ୍ଠାନ। ଏଥି ସହିତ ଏକ ମାସର ଶୁଖିଲା ଖାଦ୍ୟ ଦେଇ ସାହାଯ୍ୟ ର ହାତ ବାଡ଼େଇଲା ଏବଂ ତାଙ୍କ ଝିଅକୁ ପାଠ ପଢିବା ପାଇଁ ପେନ୍, ପେନସିଲ୍, ଖାତା, ବହି ଦେବା ସହ ଆଗାମୀ ଦିନରେ ଝିଅ ଟୁନ୍ ଟୁନ୍ ଠାକୁର୍ ର ପାଠ ପଢା ରେ ସାହାଯ୍ଯ କରିବା ପାଇଁ ପିତା ଦେବା ଠାକୁର୍ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ସହିତ ତାଙ୍କୁ ବାସଗୃହ ଯୋଗାଇଦେବାକୁ ସରକାର ଙ୍କୁ ଅନୁରୋଧ କରାଯାଇଛି. ଏହି କାର୍ଯ୍ୟକ୍ରମ ରେ
ସଭାପତି ଭବାନୀ ଶଙ୍କର ହଂସ, ପ୍ରଦୀପ ଦିଗଲ୍, ସୁନୀଲ୍ ଦିଗାଲ୍ ଅସିତ୍ କୁମାର୍ ବେହେରା, କବିତା କର, ଭବାନୀ ଗୁରୁ, ପିଙ୍କି, ଲକି, ଦେବାଶିଷ କର୍ଣ୍ଣ, ହାପି ଠାଟି ଏବଂ ସ୍ୱଚ୍ଛା ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
No Result
View All Result