୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :->  ଅନେକ ପ୍ରତୀକ୍ଷା ର ଅନ୍ତ ଘଟିଲା ସୁଭଦ୍ରା ଯୋଜନା ରେ ମହିଳା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତି ବାବଦରେ 5 ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପ୍ରଦାନ କରାଗଲା l 61 ହଜାର ରୁ ଉର୍ଦ୍ଧ ମହିଳା ବିଗତ 15 ତାରିଖ ସୁଦ୍ଧା ସୁଭଦ୍ରା ଯୋଜନା ରେ ନିଜର ନାମ ପଞ୍ଜିକୃତ କରିସାରିଲେଣି l ସେମାନଙ୍କୁ ମଧ୍ୟରୁ ପ୍ରାୟ 60 ଭାଗ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟ କୁ ପ୍ରଥମ କିସ୍ତି ଟଙ୍କା ପଠାଯାଇଛି ବୋଲି ଅନେକ ସାମାଜିକ ଗଣମାଧ୍ୟମ ରୁ ପ୍ରକାଶ l

ସେଥିପାଇଁ ପୁରୀ ଜିଲ୍ଲାର ଗୋପ ବ୍ଲକ ରେ ଆଜି ଏକ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନାର ପ୍ରସାର ଓ ପ୍ରଚାର ନିମନ୍ତେ ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଆୟୋଜିତ ହୋଇଥିଲା l ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ଓ ସମ୍ପାଦକମାନଙ୍କୁ ହି ଭୁବନେଶ୍ୱର ଠାରେ ଆୟୋଜିତ ମୋଦିଜୀ ଙ୍କ କାର୍ଯ୍ୟକ୍ରମ କୁ ଯିବାର ସୁଯୋଗ ମିଳିଥିବାବେଳେ ଅବଶିଷ୍ଟ ମହିଳାମାନେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l

ଗୋପ ବ୍ଲକ ର ଅଧିକାଂଶ ପଞ୍ଚାୟତ ରୁ ଶତାଧିକ ଗୋଷ୍ଠୀ ମହିଳାମାନେ ଗୋପ ରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ l ପୂର୍ବ ସରକାର ଙ୍କ ସମୟରେ ଯେଉଁଭଳି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ନାଚ ଗୀତରେ ଷ୍ଟେଜ ଦୁଲୁକୁ ଥିଲା ଠିକ ମୋହନ ସରକାର ଙ୍କ ସମୟରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା l ବୁଲେଇ ନେମି ତୁ ଗାଁକେ ଗୀତର ତାଳେ ତାଳେ ଉପସ୍ଥିତ ଶତାଧିକ ମହିଳାମାନେ ନାଚିବାକୁ ଆରମ୍ଭ କରିଦେଇଥିଲେ l ଗୋପ ନିକଟସ୍ତ ସୁବର୍ଣ୍ଣପୁର ଗ୍ରାମର ପ୍ରତିଭା କଳା ପ୍ରତିଷ୍ଠାନ ର ଗାୟକ ଓ ଗାୟିକା ଙ୍କ ଦ୍ଵାରା ସଂଗୀତ ପରିବେଷଣ କରାଯାଇଥିଲା l ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ଭୋଳ l

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏଡିଏମ ନୀଳମାଧଵ ଭୋଇ ସମ୍ମାନୀୟ ଅତିଥିଭାବେ ଗୋପ ତହସିଲଦାର ଅନିଲ କୁମାର ମହାନ୍ତି, ଗୋପ ଥାନା ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ପଡ଼ିହାରୀ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ମଣ୍ଡଳ ଉର୍ଣ୍ଣୟନ ଅଧିକାରିଣୀ ଛବିରାଣୀ ସାହୁ, ଲାଇଭ ହୁଡ ମିଶନ ପ୍ରୋଜେକ୍ଟ କୋଅଡିନେଟର, ଅତିରିକ୍ତ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ ଦୀପକ କୁମାର ଜେନା ଙ୍କ ସମେତ ସମସ୍ତ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l