No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଯୋଡାଆମ୍ବ ପରିସରରେ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ହିନ୍ଦୀ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଯୁବର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ଦୀକ୍ଷିତ ମୁଖ୍ୟ ଅତିଥି ରୂପେ ଏବଂ ଚନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୂୟାଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ହିନ୍ଦୀ ଭାଷାର ଉତ୍ପତ୍ତି ସ୍ଥଳ ଏବଂ ଆମ ରାଷ୍ଟ୍ରଭାଷା ହିନ୍ଦୀର ବହୁଳ ପ୍ରଚାର ଓ ପ୍ରସାର ସହିତ ହିନ୍ଦୀ ଓ ହିନ୍ଦୁ ସମାଜର ଗୌରବ ଓ ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ l
ଏହି ଅବସରରେ ପିଲାମାନେ ନିଜ ଭାଷଣ ଦ୍ଵାରା ନିମନ୍ତ୍ରିତ ଅତିଥିମାନଙ୍କର ହୃଦୟ ଜିଣିଥିଲେ l ପରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଯାହା ହିନ୍ଦୀ ଦିବସକୁ ରୋମାଞ୍ଚିତ କରିଥିଲା l ସଙ୍ଗୀତ ଏବଂ ନୃତ୍ୟର ତାଳେ ତାଳେ ପିଲାମାନେ ନାଚି ଗାଇ ସମସ୍ତଙ୍କ ମନ ମୋହିଥିଲେ l
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଆଶିଷ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁବଳ କୁମାର ଜେନା ପ୍ରଚ୍ଛଦ ପଟରେ ନାୟକ ଭାବେ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମନୀଷା କୁମାରୀ ମିଶ୍ର ଓ ଶ୍ରୀମତୀ ସରିତା ନାୟକ ପିଲାମାନଙ୍କୁ ଶୃଙ୍ଖଳିତ କରି ସଭା କାର୍ଯ୍ୟକୁ ସାଫଲ୍ଯ ମଣ୍ଡିତ କରିଥିଲେ l ପରିଶେଷର ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

No Result
View All Result