ବୟସ୍କ ରୋଗୀଙ୍କ ଶରୀରରୁ ଥୋରାସିସ୍ ଏନ୍ୟୁରିଜମ୍ ବାହାରକରି ଏକ ସିନ୍ଥେଟିକ୍ଗ୍ରା ଫ୍ଟନ୍ର ପ୍ରତିରୋପଣ
ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ତ୍ରିଲୋଚନ ଜେନା ନାମକ ଜଣେ ୬୨ ବର୍ଷ ବୟସର ରୋଗୀ, ଗତ ଦୁଇ ମାସହେବ ପୁରୁଣା ପିଠି ଯନ୍ତ୍ରଣାରେ ପୀଡିତ ଥିଲେ ଏବଂ ତାଙ୍କୁ ଭୁବନେଶ୍ୱରର ପ୍ରମୁଖ ବିଆର୍ ଲାଇଫ୍ କଳିଙ୍ଗ ସୁପର୍ ସ୍ପେଶାଲିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ପ୍ରାରମ୍ଭିକ ପରୀକ୍ଷଣ ଓ ସିଟିସ୍କାନ ପରେ ତାଙ୍କର ସେଣ୍ଟ୍ରାଲ ଆଓର୍ଟା (ହୃଦୟରୁ ଶରୀରର ଅନ୍ୟ ଭାଗକୁ ରକ୍ତ ପଠାଉଥିବା ବୃହତ୍ତ ଧମନୀ)ର ଆକାର ସାଧାରଣ ଆକାର ୨.୫ ସେ.ମି ତୁଳନାରେ ୭ ସେମିକୁ ବୃଦ୍ଧି ପାଇଥିବା ଜଣାପଡିଥିଲା । ଏହି ଆକାର ୫ସେ.ମିରୁ ଅଧିକ ବୃଦ୍ଧିହେଲେ ତାହା ଆଓର୍ଟାକୁ ଫଟାଇବାଭଳି ବିପଦ ସୃଷ୍ଟି କରିଥାଏ । ଏକ ଥୋରାସିସ୍ ଆଓର୍ଟିକ୍ ଏନ୍ୟୁରିଜମ୍ ଯୋଗୁ ଧମନୀର ବାହ୍ୟ ଆବରଣ ଚିରିହେବାର ସମ୍ଭାବନା ରହିଥାଏ ଏବଂ ଏହା ଶରୀରରେ ଆଭ୍ୟନ୍ତରୀଣ ରକ୍ତ ସ୍ରାବର କାରଣ ହୋଇଥାଏ । ଏନ୍ୟୁରିଜମ୍ ଯେତେବଡ ହୋଇଥାଏ ଫାଟିବାର ରିସ୍କ ସେତେ ଅଧିକ ରହିଥାଏ । ପରୀକ୍ଷଣ ପରେ ତ୍ରିଲୋଚନଙ୍କୁ ତୁରନ୍ତ ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ସିଟିଭିଏସ୍ ନିର୍ଦ୍ଦେଶକ, ଡାକ୍ତର କରୁଣାକର ପାଢୀଙ୍କ ନିକଟକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ଏନ୍ୟୁରିଜମ୍କୁ ଅଧିକ ବଢିବାରୁ ସୁରକ୍ଷା ଦେବା ଓ ତାହାକୁ ଫାଟିବାରୁ ରୋକିବା ପାଇଁ ଥୋରାସିସ୍ ଏନ୍ୟୁରିଜମ୍କୁ ଅପରେଶନ
ମାଧ୍ୟମରେ ବାହାର କରିଦେଇଥିଲେ ଓ ସେ ସ୍ଥାନରେ ସିନ୍ଥେଟିକ୍ ଗ୍ରାଫ୍ଟର ପ୍ରତିରୋପଣ କରିଥିଲେ । ଏହି ଚିକିତ୍ସା ସମ୍ପର୍କରେ ଡ଼ାକ୍ତର କରୁଣାକର ପାଢୀ କହିଛନ୍ତିଯେ, “ପରୀକ୍ଷଣ ସମୟରେ ଗମ୍ଭୀର ପିଠି ଯନ୍ତ୍ରଣା ଭୋଗୁଥିବା ତ୍ରିଲୋଚନଙ୍କଠାରେ ଥୋରାସିସ୍ ଆଓର୍ଟା ଏନ୍ୟୁରିଜମ୍ ଓ କୋରୋନାରୀ ବ୍ଲକ୍ର ସମସ୍ୟା ଦେଖା ଯାଇଥିଲା । ପ୍ରଥମେ ଆମେ କୋରୋନାରୀ ବ୍ଲକ୍କୁ ଔଷଧ ମାଧ୍ୟମରେ ଠିକ୍ କରିଥିଲୁ ଏବଂ ପରେ ରୋଗୀ ସାମାନ୍ୟ ସୁସ୍ଥହେବା ପରେ ଆମେ ଏକ ହାର୍ଟ-ଲଙ୍ଗ୍ ମେସିନ୍ର ବ୍ୟବହାରକରି ଆଓର୍ଟା ବାଇପାସ୍ ସହ ଓପନ୍ ହାର୍ଟ ସର୍ଜରୀ କରିଥିଲୁ । ଏହିହାର୍ଟ-ଲଙ୍ଗ୍ମେସିନ୍ ଥୋରାସିସ୍ ଏନ୍ୟୁରିଜମ୍ର ଉଚ୍ଛେଦ ଓ ସିନ୍ଥେଟିକ୍ ଗ୍ରାଫ୍ଟ ପ୍ରତିରୋପଣ ସମୟରେ ଶରୀରରେ ରକ୍ତ ସଂଚାଳନକୁ ଜାରିରଖିବା ପାଇଁ ବ୍ୟବହାର କରାଯାଇଥାଏ । ପ୍ରାୟ ୭ ଘଣ୍ଟା ଧରି ଏହି ଓପନ୍ ହାର୍ଟ ସର୍ଜରୀ ଜାରି ରହିଥିଲା । ରୋଗୀ ଜଣଙ୍କ ଏବେ ସୁସ୍ଥ ହେଉଥିବାବେଳେ ଖୁବ୍ଶୀଘ୍ର ସେ ଏକ ସାଧାରଣ ଜୀବନ ବଞ୍ôଚପାରିବେ । ତେବେ ତାଙ୍କୁ ନିଜ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ପଡିବ ଓ ଅଧିକ ଓଜନର ବସ୍ତୁ ଉଠାଇବାରୁ ନିବୃତ ରହିବାକୁ ପଡିବ ।” ଆଥେରୋସ୍ କ୍ଲେରୋସିସ୍ (ଧମନୀ ଅଧିକ ଶକ୍ତ ହୋଇଯିବା), ଅତ୍ୟଧିକ ଧୂମ୍ରପାନ, ପୁରୁଣା କିମ୍ବା ଚିକିତ୍ସିତ ହୋଇନଥିବା ଉଚ୍ଚ ରକ୍ତଚାପ କିମ୍ବା ଜନ୍ମଜାତ ଦିବ୍ୟାଙ୍ଗପରଭଳି ସ୍ଥିତି ରକ୍ତ ବାହିକାର ବାହ୍ୟ ଆବରଣକୁ ଦୁର୍ବଳ କରିବାର କ୍ଷମତା ରଖିଥାଏ; ଯାହା ଫଳରେ ସମୟ ସହ ଏହା ଅଧିକ ପତଳା ଓ ସନ୍ତୁଳିତ ହୋଇଥାଏ । ଆଓର୍ଟା ଏନ୍ୟୁରିଜମ୍କୁ କିଭଳି ଚିହ୍ନଟ କରାଯାଇପାରିବ ସେସମ୍ପର୍କରେ ମତରଖି ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ମେଡିକାଲ ସୁପରିନ୍ଟେଣ୍ଡେଣ୍ଟ, ଡ଼ାକ୍ତର ମଞ୍ଜିନ୍ଦର ଭଟ୍ଟି କହିଛନ୍ତି, “ଏନ୍ୟୁରିଜମ୍ ଅତ୍ୟଧିକ ବଡ ଆକାର ଧାରଣ ନକରିବା ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଇନଥାଏ । ଅନ୍ୟ କୌଣସି ଶାରୀରିକ ଅସୁସ୍ଥତାର ପରୀକ୍ଷଣ ସମୟରେ ମଧ୍ୟ ଏହା ଜଣାପଡିଥାଏ । ଯେତେବେଳେ ସେଗୁଡିକ ଲକ୍ଷଣ ଦେଖାଇବାଲାଗି ଅତ୍ୟଧିକ ବଡ ହୋଇଯାଇଥାନ୍ତି ସେତେବେଳେ ରୋଗୀ ଜଣଙ୍କ ଛାତି ଓ ପିଠିରେ ଯନ୍ତ୍ରଣା, ହୃଦୟ ସ୍ପନ୍ଦନରେ ପରିବର୍ତ୍ତନ, ଥକ୍କାପଣ, ମୁଣ୍ଡ ବୁଲାଇବା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ
କରିବାଭଳି ଲକ୍ଷଣ ଅନୁଭବ କରିପାରନ୍ତି । କୌଣସି ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଖରାପ ଯନ୍ତ୍ରଣାଭଳି ଅନୁଭବ ହେଉଥିବା ଅକସ୍ମାତ୍ ଗମ୍ଭୀର ପିଠି ଯନ୍ତ୍ରଣା ସାଧାରଣତଃ ଧମନୀର ବାହ୍ୟ ଆବରଣ ଚିରିଯିବା କିମ୍ବା ଫାଟିଯିବାର ସଙ୍କେତ ଦେଇଥାଏ ଏବଂ ଏହା ଏକ ଗମ୍ଭୀର ଜରୁରୀକାଳୀନ ଚିକିତ୍ସା ସମସ୍ୟା ହୋଇଥାଏ । ଯଦି ଏଭଳି କୌଣସି ଲକ୍ଷଣ ଦେଖାଯାଇଥାଏ
ତେବେ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବା ଉଚିତ । ତାଙ୍କ ଜୀବନ ବଞ୍ଚାଇଥିବାରୁ ଡାକ୍ତର ଓ ହସ୍ପିଟାଲକୁ ଧନ୍ୟବାଦ ଦେଇ ତ୍ରିଲୋଚନ ଜେନା କହିଛନ୍ତିଯେ, “ ମୁଁ ଅଧିକ ବୟସ କାରଣରୁ ଏଭଳି ହେଉଥିବାଭାବି ମୋର ପିଠି ଯନ୍ତ୍ରଣାକୁ ଅଣଦେଖା କରୁଥିଲି । କିନ୍ତୁ ସମୟରେ ହସ୍ପିଟାଲକୁ ଆସି ନିଜ ସ୍ୱାସ୍ଥ୍ୟ ପରୀକ୍ଷଣ କରାଇବା ଓ ଅଧିକ ବିଳମ୍ବ ହେବା ପୂର୍ବରୁ ନିଜର ଚିକିତ୍ସା କରାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ମୁଁ ଡାକ୍ତର ମାନଙ୍କୁ ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ହସ୍ପିଟାଲ ରହଣୀ ସମୟରେ ମୋର ଯତ୍ନ ନେବାସହ ମୋତେ ସହଯୋଗ କରିଥିଲେ ।