No Result
View All Result
ଧାମନଗର (ଓଡ଼ିଶା ତାଜା ନ୍ୟୁଜ୍) :- ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ବନସର ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସପ୍ତାହ ଧରି ଚାଲିଥିବା ସପ୍ତା ଉଦଯାପିତ ହୋଇଯାଇଛି । ଗତ ୨୪ ତାରିଖ ରୁ ଆରମ୍ଭ ହୋଇଥିବା ସପ୍ତା ରବିବାର ଉଦଯାପିତ ହେବା ପରେ ଦୁଇ ଦିନ ଧରି ଯଜ୍ଞର ଆୟୋଜନ ହୋଇଥିଲା । ଏହି ସମୟରେ ସକାଳେ ଏବଂ ରାତିରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହା ପରେ ଅଷ୍ଟପ୍ରହରୀ ଆରମ୍ଭ ହୋଇଥିଲା ପରେ ଅଷ୍ଟପ୍ରହରୀ ଗ୍ରାମ ପରିଭ୍ରମଣ କରିଥିଲେ ।
ଏଥିରେ ମୁଖ୍ୟତଃ ଗଙ୍ଗାଧର ମଲ୍ଲିକ, ଶ୍ୟାମସୁନ୍ଦର ସାହୁ, ମାୟାଧର ସାମଲ, ରସାନନ୍ଦ ରାଉତ, ଦାମୋଦର ମଲ୍ଲିକ, ଲକ୍ଷ୍ମଣ ସାହୁ, ରବିନ୍ଦ୍ର ଲେଙ୍କା, ଗୟାଧର ସାହୁ, ଅନନ୍ତ ଦଳାଇଙ୍କ ସମେତ ଗ୍ରାମରେ ଯୁବ ପ୍ରତିଭା ମାନେ ଯଥା , ହୃଦାନନ୍ଦ ମଲ୍ଲିକ, କମଳାକାନ୍ତ ଦଳାଇ, ସୁଜିତ ସାହୁ, ଅରୂପ ମଲ୍ଲିକ,ମଦନ ସାହୁ, ପ୍ରଫୁଲ୍ଲ ସାହୁ, ଜଗତାନନ୍ଦ ନାୟକ,ରବିନ୍ଦ୍ର ପୃଷ୍ଟି , ହରେକୃଷ୍ଣ ବେହେରା, ଉମେଶ ନାୟକ,ସହଯୋଗ କରିଥିଲେ । କୀର୍ତ୍ତନ ପରିଚାଳନା କରିଥିଲେ ରମେଶ ପୃଷ୍ଟି, ଗଗନ ସାହୁ,ଅମିୟ ମଲ୍ଲିକ,ବାଇଧର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ,ବାଇଧର ସାହୁ ଓ ଅନ୍ୟମାନେ। ଏଥି ସହିତ ଗ୍ରାମର ସମସ୍ତ ଗ୍ରାମବାସୀ ମାନଙ୍କର ସାହାଯ୍ୟ ଓ ସହଯୋଗ ରହିଥିଲା ।
No Result
View All Result