No Result
View All Result
ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତା ରେ ୨ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ରେ ପ୍ରଥମ ଦିନ ରେ ୫ବର୍ଷ ଯୁକ୍ତ ବୟସ ୮ଜଣ ଛାତ୍ର ଛାତ୍ରୀ ଶିଶୁ ବାଟିକା ରେ ନାମ ଲେଖାଇ ଥିଲେ I ସମସ୍ତ ନୂତନ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିବା ବେଳେ ସମସ୍ତଙ୍କ ପାଇଁ “ଖଡ଼ି ଛୁଆଁ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

ମାଁ ସରସ୍ବତୀ ପୂଜାର୍ଚ୍ଚନା ପରେ ଛାତ୍ର ଛାତ୍ରୀ ବୃନ୍ଦଙ୍କ ଖଡ଼ି ଛୁଆଁ ଶୁଭାରମ୍ଭ ହୋଇଥିଲା I ଏହି ଅବସରରେ ଏସଏମସି କମିଟି ର ସଭାପତି ଭୋଦେବ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଭିଭାବକ ସଙ୍ଘ ର ବରିଷ୍ଠ ସଦସ୍ୟ ତୁଲାରାମ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୋଦାବରୀ ମାଝୀ ଏବଂ ଶିକ୍ଷକ ପାହାନ୍ତ କୁମ୍ଭାର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଶିଶୁ ବାଟିକା କକ୍ଷ ରେ ସ୍ୱାଗତ କରିବା ସହ ସ୍କୁଲ ତରଫରୁ ସମସ୍ତଙ୍କୁ ଚକଲେଟ,

ବିସ୍କୁଟ ଓ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା I ସହକାରୀ ଶିକ୍ଷୟିତ୍ରୀ ମଧୁମିତା ବାବୁ, ସଂଯୁକ୍ତା କିଷାନ ସହଯୋଗ କରିଥିଲେ I ଏସ ଏମସି କମିଟି ର ସଦସ୍ୟ ବିଶ୍ଵମ୍ବର ପୁଟେଲ, ସୁଧୀର ବାଗ, କୈଳାସ ପୁଟେଲ ସଦସ୍ୟା ମିତା ପୁଟେଲ ଏବଂ ନୂତନ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ପ୍ରମୁଖ ଉପସ୍ଥିତ ଥିଲେ Iପରିଶେଷରେ ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I
No Result
View All Result