No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ରା. ଉଦୟଗିରି ବ୍ଲକ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଲଷ୍ମୀ ନାରାୟଣ ଶବର ଉଦଘାଟନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଶ୍ରୀମତୀ ବିଜୟଲଷ୍ମୀ ପଟ୍ଟନାୟକ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ପାଇକ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଶ୍ରୀମତୀ ସୌଦାମିନୀ ଜେନା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଓ ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ବଡ଼ ରଇତ ମଞ୍ଚାସିନ ଥିଲେ l
ଏହି ପ୍ରତିଯୋଗିତାରେ ବ୍ଲକର 18 ବିଦ୍ୟାଳୟର ପ୍ରାୟ 350 ଜଣ ଛାତ୍ର ଛାତ୍ରୀ ଓ ପ୍ରତି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଂଶ ଗ୍ରହଣ କରିଛନ୍ତି | ଏହି ପ୍ରତିଯୋଗିତା 14 ଓ 15 ଦୁଇ ଦିନ ଧରି ଅନୁଷ୍ଠିତ ହେବ | କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତାକାଲି ଉଦଯାପନୀ ସମାରୋହରେ ମାନପତ୍ର ଓ ସିଲଡ଼ ପ୍ରଦାନ କରିବା ସହ ଆସନ୍ତା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ବଡ ରଇତ ସୂଚନା ଦେଇଛନ୍ତି | ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ମଧ୍ୟ ଯୋଗଦେଇ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଶିକ୍ଷା ଦାନ ଦେଇଥିଲେ | କାଁଉନସେଲର ସାରଦା ମହାରଣାଙ୍କ ସମେତ ସମସ୍ତ ଶିକ୍ଷକ କର୍ମଚାରୀ କ୍ରୀଡା ପ୍ରତିଯୋଗିତା ଓ ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
No Result
View All Result