No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଧର୍ମ ଏକ ସ୍ୱତନ୍ତ୍ର l ୟାକୁ ନେଇ କେହି ରାଜନୀତି କର ନାହିଁ l ଭାରତୀୟ ସନାତନ ଧର୍ମ ସହନଶୀଳ l ଆଚରଣ, ଉଚ୍ଚାରଣ ଶିଳ ଏବଂ ମନୁଷ୍ୟ ଗଠନର ପଥ ପ୍ରଦର୍ଶକ l କୌଣସି ରାଜନୈତିକ ବ୍ୟକ୍ତି ଜେ ଯେଉଁ ଦଳର ହେଉନା କାହିଁକି ଧର୍ମ ଵା ଗୀତା, ଭାଗବତ, ପୁରାଣ, ରାମାୟଣକୁ ନେଇ ବକ୍ତବ୍ୟ ଵା ମନ୍ତବ୍ୟ ଦେବା ବନ୍ଦ କରନ୍ତୁ l ଉଦାର ବାଦୀ ସନାତନ ଧର୍ମ ସଂସ୍କୃତି ବାଦୀ ମାନେ ଅତି ସହିଷ୍ଣୁ କିନ୍ତୁ ଦରକାର ପଡିଲେ ସେମାନେ କଠୋର ହୋଇ ପାରନ୍ତି l
କୌଣସି ଆଚାର୍ଯ୍ୟ ଵା ମଠା ଧୀଶ ମାନେ ରାଜନୈତିକ ଭାଷଣରେ ଛନ୍ଦୀ ନହୋଇ ନିଜର ଧାର୍ମିୟ ଭାବନାକୁ ବଜାୟ ରଖନ୍ତୁ ବୋଲି ବିରିଡି ବ୍ଲକ ଅନ୍ତର୍ଗତ କୁଳକଇଜଙ୍ଗା ପଞ୍ଚାୟତ ନୂଆପାରୀ ମଦନ ମୋହନ ମଠ ପରିସରରେ ଥିବା ଜଗତ୍ଗୁରୁ ରାମାନନ୍ଦl ଚାର୍ଯ୍ୟ ଙ୍କ ପୀଠରେ ନବମ ବାର୍ଷିକ ପଟାଭିଷେକ ଉତ୍ସବ ରେ ଜଗତ୍ଗୁରୁ ରାମାନଦାଚାର୍ଯ୍ୟ ସ୍ୱାମୀ ଅରୂପା ନନ୍ଦ ଜି ମହାରାଜ ଶନିବାର ଦିନ ମତବ୍ୟକ୍ତ କରିଛନ୍ତି l ଏହି ଉଚ୍ଛବରେ ଧ୍ୟାନକୁଦ ପୀଠର ପିଠାଧୀସ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ଯୋଗ ଦେଇ କହିଲେ ସନାତନ ଧର୍ମଧାରାରେ ଭାରତୀୟ ସଂସ୍କୃତିର ଗୁରୁ ପରମ୍ପରା ସ୍ଥାନ ଏକ ସ୍ୱତନ୍ତ୍ର l
କେଉଁ ଅନାଦି କାଳରୁ ବେଦ ଶାସ୍ତ୍ର ମାନଙ୍କରେ ଗୁରୁ ଶିଷ୍ୟ ପରମ୍ପରା ଓ ଗୁରୁ ତତ୍ୱବାଦ ର କଥା ଓ ଗାଥା ସ୍ଥାନିତ ହୋଇ ରହିଛି ଗୁରୁହିଁ ସାକ୍ଷାତ ପରଂବ୍ରହମ ନିଜଗୁରୁଙ୍କୁ ଶିଷ୍ୟମାନେ ଭଗବାନ ସ୍ୱରୂପ ଭାବେ ପୂଜା ଅର୍ଚନା କରିବା ଆବଶ୍ୟକ l ଅନ୍ୟ ମାନଙ୍କ ମଧ୍ୟରେ ସନ୍ଥ ନିର୍ଭୟା ନନ୍ଦ ଦାସ, ନାଗା ହରିହର ଦାସ, ମୁକ୍ତାନନ୍ଦ ଦାସ, ପାଗଳାବାବା, ଗୋବନ୍ଦ ବାବା, କର୍ତ୍ତା ଅଜୟ କୁମାର ଦାସ ଙ୍କ ସହ ବହୁ ଭକ୍ତ ଉପସ୍ଥିତ ରହି ଗୁରୁଙ୍କୁ ପୂଜା ଅର୍ଚନା କରିଥିଲେ l ଦିବସ ସାରା ପୀଠରେ ଭଜନ କୀର୍ତ୍ତନ ଓ ପୂଜା ଅର୍ଚନା କରାଯାଇଥିଲା ପୀଠରେ ଥିବା ହନୁମାନ, ଓ ମଦନ ମୋହନ ଙ୍କ ପୂଜା କରାଯାଇଥିଲା l
No Result
View All Result