No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ କେରାଣ୍ଡି ପଞ୍ଚାୟତ ର ଡାଳିମ୍ବ ପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଶ୍ଵ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଥମେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ ଅଧ୍ୟକ୍ଷତା କରି ଏହି ଆନ୍ତର୍ଜାତିକ ସାକ୍ଷରତା ଦିବସ ର ବିଷୟ ବସ୍ତୁ କୁ ନେଇ ବହୁ ଭାଷୀ ଶିକ୍ଷା କୁ ଉତ୍ସାହିତ କରିବା ଓ ପାରସ୍ପରିକ ବୁଝାମଣା ଏବଂ ଶାନ୍ତି ପାଇଁ ସାକ୍ଷରତା ହାର ଓ ଯୋଗା ଯୋଗ ବୃଦ୍ଧି କରିବା ଉପରେ ବୁଝାଇ କହିଥିଲେ ।
ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଯୋଗ ଦେଇ ସାକ୍ଷରତା ଦିବସ ର ଗୁରୁତ୍ଵ ଓ ଶିକ୍ଷାର ଆବଶ୍ୟକତା ବିଷୟରେ ବୁଝାଇବା ସହ ନାରୀ ନିର୍ଯାତନା ଉପରେ ଆଲୋକପାତ କରିଥିଲେ । ଉପଦେଷ୍ଟା ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ କହିଥିଲେ ଯେ ନାରୀ ଶିଖିତ ହେଲେ ଦେଶର ପ୍ରଗତି ହେବ । ଦେଶର ଉନ୍ନତି ପାଇଁ ସାକ୍ଷରତା ଅଭିଯାନ କୁ ଅଧିକରୁ ଅଧିକ ପ୍ରଚାର ର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ।ଉପ ସଭାନେତ୍ରୀ ଶ୍ରୀମତି ଅନୀତା ମିଶ୍ର କହିଥିଲେ ଯେ ସାକ୍ଷରତା ଅର୍ଥ ଶିକ୍ଷିତ ହେବା ।
ଶିକ୍ଷା ହିଁ ମନୁଷ୍ୟ କୁ ଶୃଙ୍ଖଳିତ କରିଥାଏ । ସାକ୍ଷରତା ମନୁଷ୍ୟ ର ଜନ୍ମ ଗତ ଅଧିକାର । ଉକ୍ତ ସଭାରେ ସମସ୍ତ ଙ୍କୁ ବର୍ଣ୍ଣବୋଧ ବହି, ଖାତା, ସିଲେଟ,ଚକ, ପେନ୍ ପେନ୍ ସିଲ ବିଚରଣ କରାଯାଇଥିଲା । କିଛି ସମୟ ସେମାନଙ୍କୁ ଓଡ଼ିଆ ରେ ଶିକ୍ଷା ପ୍ରଦାନ କରାଯାଇଥିଲା । ସାକ୍ଷରତା ଉପରେ ସ୍ଲୋ ଗାନ ଦିଆଯିବା ସହିତ ସମସ୍ତେ ଦସ୍ତଖତ ଶିଖିବା ପାଇଁ ଶପଥଗ୍ରହଣ କଲେ । ସେହି ଗ୍ରାମର ଅଙ୍ଗନବାଡ଼ି ଦିଦି କେ ଈଶ୍ଵରୀ ଙ୍କୁ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା । ସମସ୍ତେ ପଢ଼ିବା ଓ ସମସ୍ତେ ଲେଖିବା ଏହା ଏକ ଆକାଂକ୍ଷା ମହିଳା ସଙ୍ଗଠନ ର ଛୋଟିଆ ଛୋଟିଆ ପ୍ରୟାସ । ସର୍ବ ଶେଷ ରେ ଏମ୍ ରୋଜା ଧନ୍ୟ ବାଦ ଅର୍ପଣ କରିଥିଲେ ।
No Result
View All Result