No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସୁଭଦ୍ରା ଯୋଳନାରେ ଆବେଦନ ପାଇଁ ସୃଷ୍ଟି ହୋଇଥିବା ସମସ୍ୟା ଓ ବୃଦ୍ଧ ପରିପ୍ରେକ୍ଷୀରେ ଆଜି ଭିଡିଓ ଜାରି କରି ସ୍ପଷ୍ଟୀକରଣ ଦେଇଛତି ରଛତି କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ। ଆବେଦନ ପାଇଁ ବ୍ୟସ୍ତ ନହେବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେବା ସହ କନ୍ଧମାଳ ଜିଲ୍ଲାରେ ନେଟୱର୍କ ସୁବିଧା ଥିବା ପଞ୍ଚାୟତ ସଦର ମହକୁମା ରେ ସମୁଦାୟ ୧୬୧ଟି ସିଙ୍ଗଲ ୱିଣ୍ଡୋ କାଉଣ୍ଟର ଖୋଲା ଯାଇଥୁବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ପ୍ରତ୍ୟେକ କାଉଣ୍ଟରକୁ ନିର୍ଦ୍ଦିଷ୍ଟ ପଞ୍ଚାୟତ ସହିତ ସଂଯୋଗ କରାଯାଇଛି। ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ସ୍ଥିର କରାଯାଇଛି। ଏଥିସହ ଏହି ଆବେଦନ ପାଇଁ ଆଧାର ଲିଙ୍କ ନିହାତି ଜରୁରି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେବା କେନ୍ଦ୍ରରେ ଟିପ କିମ୍ବା ମୁହଁର ବାୟୋମେଟ୍ରିକ ସ୍କାନ କରି ମଧ୍ୟ ଆବେଦନ କରାଯାଇ ପାରିବ।
୨୧ରୁ ୬୦ ବର୍ଷ ମଧ୍ୟରେ ସମସ୍ତ ଯୋଗ୍ୟ ହିତକାରୀ ଅଙ୍ଗନବାଡ଼ି କେନ୍ଦ୍ରରୁ ଆବେଦନ ଫର୍ମ ନେଇ ନିକଟସ୍ଥ ଜନସେବା କିମ୍ବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଡିଜିଟାଇଜେସନ ସହିତ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ପର୍ମ ପୂରଣରେ କୌଣସି ସମସ୍ୟା ହେଲେ ସେବଚ୍ଛାସେବୀଙ୍କ ସହାୟତା ନେଇ ପାରିବେ ପାରିବେ । ସେହି ଭଳି ୧୭ ତାରିଖ ତା ପରେ ଦାଖଲ ହୋଇଥିବା ଆବେଦନ ମଧ୍ୟ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ତେଣୁ ସମସ୍ତ ହିତାଧୁକାରୀ ବ୍ୟସ୍ତ ନହୋଇ ଏହି ଯୋଜନାର ଫାଇଦା ନେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

No Result
View All Result