ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ରଣପୁର :- ଗତ କିଛି ବର୍ଷ ହେବ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳ ରେ ବିଭିନ୍ନ ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହି ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀ ମାନଙ୍କୁ ବିଭିନ୍ନ ଉପାୟରେ ଅସୁବିଧାରେ ପକାଇ ସେମାନଙ୍କ ଠାରୁ ମୋଟା ରକମର ଦାଦା ବଟି ଆଦାୟ କରୁଥିବା ଦୁଇ ଭାଇ ଅଞ୍ଚଳ ରେ ଆତଙ୍କ ଖେଳାଇ ଥିଲେ । ବିଶେଷ ସୂତ୍ର ରୁ ଜଣା ପଡ଼ିଛି ଯେ ଏହି ଦୁଇ ଭାଇ ବହୁ ଜଙ୍ଗଲଯାତ କେସ୍ ରେ ସମ୍ପୃକ୍ତ ଅଛନ୍ତି । ଏହି ଦୁର୍ଦାନ୍ତ ଦୁଇ ଭାଇଙ୍କ ଭଦ୍ର ଦୌରାତ୍ମ୍ୟ ଦେଖାଇ ବହୁ ଅପରାଧ ରେ ଜଡ଼ିତ ଅଛନ୍ତି ।
ରଣପୁର ଅଂଚଳର ଏହି ଦୁଇ ଭାଇ ଭଦ୍ରମୁଖା ପିନ୍ଧି ସୂଚନା ଅଧିକାର ଆଇନ ବଳରେ ବିଭିନ୍ନ ସରକାରୀ ତଥ୍ୟ ମାଗି ସୂଚନା ପାଇ ସାରିବା ପରେ ଅଧିକାରୀ ମାନଙ୍କୁ ବ୍ଲାକ ମେଲ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା, ଯେଉଁମାନେ ଏମାନଙ୍କ କଥାରେ ରାଜି ହେଉନଥିଲେ ସେମାନଙ୍କୁ ଏମାନେ ଆର୍ ଟି ଆଇ ଧମକ ଦେଇ ଖବର କାଗଜରେ ନିଉଜ ବାହାର କରି ବଦନାମ କରୁଥିଲେ । ଏପରିକି ଅପରାଧୀ ମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କୁ ସରକାରୀ କଷ୍ଟୋଡି ରୁ ମଧ୍ୟ ଫେରାର କରାଇ ଦେଉଥିଲେ । ଗତ କିଛି ଦିନ ହେବ ଏହି ଭଳି ବନବିଭାଗ ବାଘ ଚମଡା ଜବତ ଘଟଣାର ପର୍ଦାଫାସ୍ ହୋଇଥିଲା ଧୀରେ ଧୀରେ ଉକ୍ତ ଗ୍ୟାଙ୍ଗ ର ଖୁଲାସା ହୋଇଯିବା ଭୟ ରଖି ବନବିଭାଗ କଷ୍ଟୋଡି ରେ ଥିବା ଗିରଫ ଅଭିଯୁକ୍ତ ଅଜୟ ଦାଶ ଙ୍କୁ ଫେରାର କରାଇ ଜୀବନ ରୁ ମାରିଦବା ପାଈଁ ପ୍ରୟାସ କରିଥିବା କଥା ଉକ୍ତ ଅଭିଯୁକ୍ତ ପୋଲିସ ଆଗରେ ମତ ରଖିଛି ।
ବଡ଼ଭାଇ ସାନଭାଇ ଏବେ ଫେରାର , ଏହି ଘଟଣା କୁ ତଦନ୍ତ କରି ବନ ବିଭାଗ ର ଅଭିଯୋଗ କ୍ରମେ ଫେରାର ହୋଇଥିବା ଅଜୟ ଙ୍କୁ ଉଦ୍ଧାର କରି ପୋଲିସ ନିଜ କବଜାରେ ରଖିଛି । ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ରଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଉକ୍ତ ଘଟଣାର ତଦନ୍ତ କରି ଫେରାର ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି । ପୋଲିସ ଦୁଇ ଭାଇଙ୍କ ନାଁ ରେ ୨୨୯/୨୦ ,୨୩୦/୨୦ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ବନବିଭାଗ ମଧ୍ୟ କେସ୍ ରୁଜ୍ଜୁ କରି ଉକ୍ତ ଗ୍ୟାଙ୍ଗ କୁ ଖୋଜୁଛି । ବଡ଼ଭାଇ ସାନଭାଇ ଫେରାର , ଏବଂ ଖୁବ ଶୀଘ୍ର ସେ ଗ୍ୟାଙ୍ଗ ର ଦୁଇ ଭାଇ ଙ୍କୁ ପୋଲିସ ଗିରଫ କରିବ ବୋଲି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏବେ ରଣପୁର ଅଞ୍ଚଳବାସୀ ଶାନ୍ତି ରେ ନିଶ୍ୱାସ ମାରୁଛନ୍ତି ଯାହା ଫଳରେ ଏହି ଦୁଇ ଭାଇଙ୍କ ଆତଙ୍କ ଶେଷ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳ ରେ ଚର୍ଚା ର ବିଷୟ ପାଲିଟିଛି ।