No Result
View All Result
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୁଆଗଡ :-> ନୁଆଗଡ ବ୍ଳକର ସମ୍ବଲପୁର ପଞ୍ଚାୟତ ହାଟପଦା ଆମ୍ବତୋଟା ପଡିଆରେ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ଜନଜାଗରଣ ସମ୍ମଳନୀ ଏବଂ ଜିଲ୍ଲା ପ୍ରଶାସନ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୁର୍ଗମ ପାହାଡିଆ ଅଞ୍ଚଳ ମୋହନା ନିର୍ବାଚନ ମଣ୍ଡଳୀର ୩ଟି ବ୍ଳକ ମୋହନା, ଆର,ଉଦୟଗିରି ଓ ନୁଆଗଡ ବ୍ଳକର ବିଭିନ୍ନ ପ୍ରକାରର ଚାଷ ଏବଂ ଚାଷୀଙ୍କର ଉପାଦନ ବିଷୟରେ ଆଲୋଚନା ହୋଇଥିଲା । ୩ଟି ବ୍ଳକର ଅଧିକାଂଶ ସରପଞ୍ଚ , ସମିତି ସଭ୍ୟ, ବୃଦ୍ଧିଜୀବୀ ଓ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ଥିଲେ ।
ବୈଠକରେ ଜିଲ୍ଲାପାଳ ବିଜୟ କୁମାର ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ କୁମାରି, ସ୍ଥାନୀୟ ବିଡିଓ ଲୋକନାଥ ଶବରଙ୍କ ସହ ଜିଲ୍ଲା ଓ ବ୍ଳକର ବିଭିନ୍ନ ବିଭାଗର କର୍ମଚାରୀ, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମିୟା ରଇତ ଉପସ୍ଥିତ ଥିଲେ । ସରକାର ସମସ୍ତଙ୍କୁ ସହାୟତା, ପାଠ ପଢିଥିବା ପିଲାଙ୍କ ନିମନ୍ତେ ଚାକିରି, ଗଞ୍ଜେଇ ଚାଷକୁ ସ୍ବାକୃତି , ପୁଲିସ ସୂଚନା ନ ଦେଇ ରାତିଅଧରେ ଅଞ୍ଚଳକୁ ନ ଆସିବାକୁ ଅଞ୍ଚଳବାସୀ ଦାବୀ କରିଥିଲେ । ଗଞ୍ଜେଇ ଚାଷ ନ କରି ଅନ୍ୟାନ୍ୟ ଚାଷ କରିବାକୁ ଜିଲ୍ଲାପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ଜନଜାଗରଣ ସମ୍ମିଳନୀର ସଭାପତି ସୁକୁ ଗମାଙ୍ଗ, ସମ୍ପାଦକ ବ୍ରହ୍ମା ନନ୍ଦ ଭୂୟାଁ ଏବଂ ମେମ୍ବର ଗଣ ପ୍ରେମା ରଇତ, ନହସନ ମାଝୀ, ସାମସନ ମାଝୀ, ମନୀୟମ ଗମାଙ୍ଗ, ଆୟୋଜନ କରିବା ସମେତ ପରିଚାଳନା କରିଥିଲେ ।
No Result
View All Result