No Result
View All Result
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଅବସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଉଦ୍ଭିଦ ବିଜ୍ଞାନର ଡେମନ୍ ଷ୍ଟ୍ରେଟର୍ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ମହାପାତ୍ର ,ମହେନ୍ଦ୍ର ଗିରି ମନୁସିପାଲ୍ ହାଇସ୍କୁଲ ଅବସର ପ୍ରାପ୍ତ ସରକାରୀ ଶିକ୍ଷୟିତ୍ରୀଙ୍କୁ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ପୂଜ୍ୟ ମହନ୍ତ ଶ୍ରୀ ରାମାନନ୍ଦ ଦାଶ ଉପଢୌକନ,ପୁଷ୍ପଗୁଚ୍ଛ,ଶ୍ରୀଫଳ ଧଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଜମାଦାର, ଉପ- ସଭାପତି ଶ୍ରୀଯୁକ୍ତ ସଂଜୟ ଜେନା,ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ,ଯୁଗ୍ମ- ସମ୍ପାଦକ ବିଭୂତି ଭୂଷଣ ରଥ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ପାଢ଼ୀ,ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ ଓ ଶ୍ରୀମତୀ ସୁଜାତା ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗୁରୁଜୀ ଗୁରୁମା’ଙ୍କୁ ଚନ୍ଦନ ତିଲକ ଲଗାଇ ପୂଜନ କରିଥିଲେ ଏବଂ ଗୁରୁଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ବୃନ୍ଦ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକ ସେବିକା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result