No Result
View All Result
0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁନଃ ନିଯୁକ୍ତି ପାଇଥିବା ବିବାଦୀୟ ଡାକ୍ତର କିଶୋର ଚନ୍ଦ୍ର ବେହେରା ଙ୍କୁ ବଦଳି ଦାବି କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି l ପୂର୍ବରୁ ଡାକ୍ତର କିଶୋର ଚନ୍ଦ୍ର ବେହେରା ଚନ୍ଦ୍ରଗିରି ମେଡିକାଲ ରେ ଭାରପ୍ରlପ୍ତ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିଲେ l ତେବେ ସେ ସେହି ସମୟରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଙ୍କୁ ଦୁର୍ବ୍ୟବହାର କରିବା ସହ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ l
ରୋଗୀ ସେବାରେ ମଧ୍ୟ ଅବହେଳା କରୁଥିଲେ l ସେଥିପାଇଁ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚ ସଂଘ ପକ୍ଷରୁ ତୁରନ୍ତ ତାଙ୍କୁ ବଦଳି କରିବାକୁ ବହୁବାର ଦାବି କରିବା ସହ ଅନେକ ଥର ଆନ୍ଦୋଳନ କରି ଆସିଥିଲେ ଏପରିକି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ୨୦୨୩ ଫେବୃୟାରୀ ମାସରେ ତାଙ୍କର ମୋହନା ମେଡିକାଲ କୁ ବଦଳି ହୋଇଥିଲା l ଏବେ ପୁଣି ଡାକ୍ତର କିଶୋର ଚନ୍ଦ୍ର ବେହେରା ଙ୍କୁ ପୁଣି ଥରେ ଚନ୍ଦ୍ରଗିରି ମେଡିକାଲ ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ନିଯୁକ୍ତି ଦେଇଛି ସ୍ବାସ୍ଥ୍ୟ ବିଭାଗ l
ଯାହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି l ଜଣେ ବିବାଦୀୟ ଡାକ୍ତର ଙ୍କୁ ପୁଣି ଥରେ କାହିଁକି ଚନ୍ଦ୍ରଗିରି ମେଡିକାଲ ରେ ନିଯୁକ୍ତି ଦିଆଗଲା ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଜନ ପ୍ରତିନିଧି l ଯଦି ନହୁଏ ତାହେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ହେବାସହ ରାଜା ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
No Result
View All Result