0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :->  କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ - ୨୦୨୪ ଅବସରରେ ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ବିଇଓ ମହେଶ୍ବର ମାଝୀ, ଏବିଇଓ ବଳରାମ ବେହେରା ଓ ବଂଶୀଧର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକାବତୀ ସାହାଣୀ ଏବଂ ସମସ୍ତ ସିଆରସିସି ଉପସ୍ଥିତ ରହି ପିଲାମାନଙ୍କୁ ଉଦବୋଧନ ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟରୁ ବରିଷ୍ଠ ବିଭାଗ ରୁ ୧୦୦ ଜଣ ଛାତ୍ରଛାତ୍ରୀ, କନିଷ୍ଠ ଓ ଉପକନିଷ୍ଠ ବିଭାଗ ରୁ ୧୫୦ ଜଣ ମୋଟ୍ ୨୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଗାଇଡ ଟିଚର ଏବଂ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମିଶାଇ ମୋଟ ୩୫୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ପ୍ରତିଯୋଗିତା କୁ ପରିଚାଳନା କରୁଥିଲେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସିମାନେ । ପ୍ରତିଯୋଗିତା ରେ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ତଥା ଉପହାର ବଣ୍ଟନ ହେବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର, ପ୍ରମାଣ ପତ୍ର ତଥା ଉପହାର ବଣ୍ଟନ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା ।

ବରିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ର ଛାତ୍ର ଦିନବନ୍ଧୁ ସେଠୀ, କନିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର ଓଡିଶା ଆଦର୍ଶ ବିଦ୍ୟାଳୟ ଦଣ୍ଡପଦର ର ସପ୍ତମ ଶ୍ରେଣୀ ଛାତ୍ର ଶିବାଶିଷ ପଣ୍ଡା ଓ ଉପ କନିଷ୍ଠ ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟ ପଦ୍ମାପଦର ର ଛାତ୍ରୀ ସୁପ୍ରଭା ଦଣ୍ଡିଆ l