No Result
View All Result
୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମୋହନା ବ୍ଲକର ଧାଡିଆମ୍ବ ସରକାରୀ ଉଚ୍ଚ ପ୍ରାଥମିକ (ME) ବିଦ୍ୟାଳୟ ଠାରେ ଏକ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଏହି ଶିବିରରେ ଆଖପାଖ ଅଞ୍ଚଳର ପ୍ରାୟ 100 ଜଣ ପୁରୁଷ ଓ ମହିଳା ଯୋଗ ଦେଇଥିଲେ |
ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଜନସାଧରଣ କୌଣସି ବେସରକାରୀ ସଂସ୍ଥାର ପ୍ରଲୋଭନରେ ପ୍ରଲୋଭିତ ନହୋଇ କଷ୍ଟ ଉପାର୍ଜିତ ଟଙ୍କାକୁ ନିକଟସ୍ଥ ଡାକଘର କିମ୍ବା ବ୍ୟାଙ୍କରେ ଜମା କରିବା ପାଇଁ ପରାମର୍ଶ ଦେଇଥିଲେ |ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ସରକାରଙ୍କ ବିଭିନ୍ନ ଯୋଜନା ଓ ତାର ଉପଯୋଗୀତା ସମ୍ପର୍କରେ ବୁଝାଇ ଥିବା ବେଳେ ଶ୍ରୀ ସାହୁ ଦୈନନ୍ଦିନ ଜୀବନରେ ସଞ୍ଚୟର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ | କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ଓ ସମ୍ମାନିତ ଅତିଥି ଶ୍ରୀ ସାହୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପାଳ ଶିବିର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |
No Result
View All Result