No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କମଳା ପ୍ରକାସିନୀ ସାହିତ୍ୟ ଅନୁଷ୍ଠାନ ମିଳିତ ଅନୁକୁଲ୍ୟରେ ସରକାରୀ ଆଇଟିଆଇ ଫୁଲବାଣୀରେ ହୃଦୟସ୍ପର୍ଶୀ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଅଧକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ ନୂତନ ଅଧ୍ୟକ୍ଷ ଇଂ ପ୍ରକାଶ ରଞ୍ଜନ ସୋରେନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏଥି ସହିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ମାନ୍ୟଗଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, ଶିଳ୍ପ ତାଲିମ ଅନୁଷ୍ଠାନର ଆଇ.ଏମ.ସି ଚେୟାରମେନ ଶ୍ରୀଯୁକ୍ତ ନୀଳମାଧବ ମିଶ୍ର ଓ ଶ୍ରୀ ପ୍ରବୀଣ କୁମାର ନାୟକ,ପ୍ରପାଇଟର ପ୍ରତୀକ ସଲୁ୳ସନ, ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ମହାପାତ୍ର ଏବଂ କମଳା ପ୍ରକାସିନୀ ସାହିତ୍ୟ ଅନୁଷ୍ଠାନ ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ବେହେରା ସମେତ ସମସ୍ତ ଆଇଟିଆଇ କର୍ମଚାରୀମାନେ ଯୋଗ ଦେଇଥିଲେ ।
ଇଂ ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟଙ୍କୁ କୃତି ଓ କୃତିତ୍ୱ ପାଇଁ କମଳା ପ୍ରକାଶନୀ ସାହିତ୍ୟ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ବେହେରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ଏତଦଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଯୋଗ ଦେବା ଦିନଠାରୁ ଆଜି ପ୍ରର୍ଯ୍ୟନ୍ତ ବହୁ ଉନ୍ନତ ମୂଳ କାର୍ଯ୍ୟ କରିଯାଇଛନ୍ତି ବୋଲି ସମସ୍ତ କର୍ମଚାରିମାନେ ନିଜ ନିଜ ଭାବବିହ୍ୱଳ ପୂର୍ଣ୍ଣ କଥା ରଖିଥିଲେ । କେବଳ ସେତକୀ ନୁହେଁ ଅନୁଷ୍ଠାନ କିପରି ଆଗାମୀ ଦିନରେ ଆଗକୁ କିପରି ବୃଦ୍ଧି ପାଇବ ଏବଂ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟଦକ୍ଷତା ଏବଂ ଆତ୍ମନିର୍ଭଳଶିଳ ହୋଇପାରିବେ ଏବଂ ତହସିଲ ଭୁକ୍ତ ଅନୁସୂଚିତ ଜନଜାତି ଓ ତହସିଲ ଭୁକ୍ତ ଅନୁସୂଚିତ ଜାତି କିପରି ଆତ୍ମନିର୍ଭଳଶିଳ ହୋଇପାରିବେ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିସ୍ତୃତ ଆଲୋଚନା କରିଥିଲେ ।
ପ୍ରାରମ୍ଭିକ ସଂକ୍ଷିପ୍ତ ଵିଵାରୀଣି ପାଠ ସୋଲୋମନ ସାହୁ କରିଥିଲେ ଏବଂ ପରେ ପରେ ସମସ୍ତ କର୍ମଚାରୀ ମାନେ ନିଜ ନିଜ ମତ ରଖିଥିଲେ ଏତଦଭିନ୍ନ ନୂତନ ଅଧକ୍ଷ ଭାବେ ଯୋଗ ଦେଇଥିବା ଇଂ ପ୍ରକାଶ ରଞ୍ଜନ ସୋରେନ କାର୍ଯ୍ୟ ଭରା ସମ୍ଭାଳି ଥିଲେ ଏବଂ ନିଜେ ମତ ବ୍ୟକ୍ତ କରିଥିଲେ ଯେ ଅନୁଷ୍ଠାନର ଅବଶିଷ୍ଟ କାର୍ଯ୍ୟ କୁ କିପରି ଆଗକୁ ଆଗକୁ ବଢିବ ବୋଲି କହିଥିଲେ ଏବଂ ସମସ୍ତ କର୍ମଚାରୀଙ୍କ ମାନଙ୍କ ସହଯୋଗରେ ଅଧୁରା କାମ ନିଶ୍ଚିତ ପୁରାଣ କରିବେ ବୋଲି କହିଥିଲେ । ଏତଦଭିନ୍ନ ଅନୁଷ୍ଠାନର ମଙ୍ଗଳ କାମନା ଚାହିଁଥିଲେ ସର୍ବଶେଷ ରେ ଅନୁଷ୍ଠାନ ର ବରିଷ୍ଠ ତାଲିମ ପ୍ରାପ୍ତ ଅଧିକାରୀ ଡଃ ନୃସିଂହା ନନ୍ଦ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ବୈଦିକ ଶାନ୍ତି ପାଠ ମନ୍ତ୍ର ଉଚ୍ଚାରଣ କରି ସଭାସାଙ୍ଗ କରିଥିଲେ ।
No Result
View All Result