No Result
View All Result
୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗରି :-> ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି, ଖାରିଗୁଡ଼ା, କଳାମେରି, ଲୁଡ୍ରୁ, କାମ୍ପଗୁଡ଼ା ଗ୍ରାମ ଗୁଡିକରେ ଆଜି ଅବକାରୀ ଏବଂ ସ୍ଥାନୀୟ ପୋଲିସ ମିଳିତ ଚଡାଉ କରି ଚୋରା ରେ ପ୍ରସ୍ତୁତ ହେବାକୁ ଥିବା ବିପୁଳ ପରିମାଣର ପୋଚ ନଷ୍ଟ କରିଥିବା ବେଳେ ୪୬୦ଲିଟର ମଦ ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବ୍ଲକ ଅଞ୍ଚଳରେ ବିଷାକ୍ତ ଚୋରା ରେ ବିକ୍ରି ହେଉଥିବା ଦେଶୀ ମଦ ପିଇ ଦୁଇ ଜଣ ଙ୍କ ଅକାଳରେ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଗୁରୁତର ହୋଇ ଚିକିତ୍ସା ହେଉଥିବା ଜଣାପଡିଛି।

ଏହା କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଏହି ଘଟଣା ପରେ ଚେଇଁ ଥିବା ଦେଖିବାକୁ ମିଳିଛି। ରାଜ୍ୟ ସାରା ଅବକାରୀ ବିଭାଗ ଚୋରା ରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଭାଟି ଉପରେ ଚଡାଉ କରି ନଷ୍ଟ କରୁଥିବା ସହ ବେପାରୀଙ୍କୁ ଗିରଫ କରୁଥିବା ନଜର କୁ ଆସୁଛି। ସେହିପରି ଆଜି ଗଜପତି ଜିଲ୍ଲା ର ମୋହନା ବ୍ଲକରେ ଏକ ଦଳ ମିଳିତ ଭାବେ ଚଢ଼ାଉ କରି ଭାଟି ଗୁଡ଼ିକ ନଷ୍ଟ କରୁଥିବା ପ୍ରକାଶ।

ଆଜି ଏକା ବେଳକେ ଚାରି ହଜାର ଲିଟର ପୋଚ ଅବକାରୀ ଏବଂ ପୋଲିସ ମିଳିତ ଭାବେ ନଷ୍ଟ କରିଥିବା ସହ ୪୦୦ଲିଟର ମଦ ନଷ୍ଟ କରି ପାଞ୍ଚ ଟି କେଶ୍ ରୁଜୁ କରିଥିବା ଜଣାପଡିଛି। ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଗାଁ ଗାଁ ରେ ଚୋରା ଦେଶୀ ମଦ ପ୍ରସ୍ତୁତି ହେଉଥିବା ସହ ଚୋରା ବ୍ୟବସାୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ବିଭାଗ ଏଥି ପ୍ରତି ସତର୍କ ହୋଇ ମଦ ମୃତ୍ୟୁ ରୁ ଯେପରି ଅକାଳରେ ନିରିହ ଜୀବନ ଜୀବନୀ ସେଥି ପ୍ରତି ସତର୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
No Result
View All Result