No Result
View All Result
୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଭୟଗିରି :-> ଗୋସାଣି ବ୍ଲକର ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ପାତ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବି ବିଜୟI ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର ପାତ୍ର ଜିଲ୍ଲା ଜୁନିଅର ରେଡ଼କ୍ରସ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ଦାସ ସମ୍ବଳ ସାଧନ କର୍ମୀ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ ଓ ଶ୍ରୀ ପ୍ରହଲ୍ଲାଦ ଶିହଳ ଯୋଗ ଦେଇଥିଲେ l

ଏହି ଶିବିରରେ ଗୋସାଣି ବ୍ଲକର 24ଟି ବିଦ୍ୟାଳୟ ର 24 ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ l ଏହି ଶିବିରରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ରେଡ଼କ୍ରସର ଇତିହାସ, ବିଦ୍ୟାଳୟରେ ରେଡ଼କ୍ରସର ଭୂମିକା, ପରାମର୍ଶଦାତାଙ୍କର କର୍ତ୍ତବ୍ୟ, ସଡ଼କ ସୁରକ୍ଷା, ରକ୍ତ ଦାନ, ବିଦ୍ୟାଳୟ ସୁରକ୍ଷା, ପ୍ରାକୃତିକ ବିପର୍ଯୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ l ଗତ 5 ତାରିଖରୁ ଆରମ୍ଭ ହୋଇଥିବା ତାଲିମ ଶିବିର ଆଜି ତା 24/08/24 ରିଖ ରେ ଉଦଯାପନ ହୋଇଯାଇଛି l ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ JRC ର ୟୁନିଟ ଖୋଲି ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା l ଗାରବନ୍ଧ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ |ଜିଲ୍ଲା ରେଡ଼କ୍ରସ ଅଧିକାରୀ ସଞ୍ଜୀବ କୁମାର ଦାସ ଶିବିର ପରିଚାଳନା କରିଥିଲେ l 
No Result
View All Result