No Result
View All Result
୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ଗଜପତି ଜ଼ିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ ଗାଜର ଘାସ ସଚେତନତା ସପ୍ତାହ ଅଗଷ୍ଟ ମାସ ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଛି I
ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼: ସଂଗ୍ରାମ ପରମଗୁରୁ, ଉଦ୍ୟାନ କୃଷି ବିଶେଷଜ୍ଞ ଡ଼:ସୁଶ୍ରୀ ଚୌଧୁରୀ, କ୍ଷେତ୍ର ବିଶେଷଜ୍ଞ ଡ: ସଞ୍ଜୀବ କୁମାର ମାଣ୍ଡି, ପାଣିପାଗ ବିଶେଷଜ୍ଞ ଶ୍ରୀ ଜୟଶଙ୍କର ପ୍ରଧାନ ଓ କାର୍ଯ୍ୟକ୍ରମ ସହାୟକ ଶ୍ରୀ ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଗାଜର ଘାସ କିପରି ମନୁଷ୍ୟ,
ଜୀବଜନ୍ତୁ ମାନଙ୍କ ନିମନ୍ତେ କ୍ଷତିକାରକ ତାହା ଉପରେ ସଚେତନ କରାଇଥିଲେ I ଏହି ଘାସକୁ ନିୟନ୍ତ୍ରଣ କରିବାର ବିଭିନ୍ନ ପଦ୍ଧତି ବିଷୟରେ ବିଷଦ ଭାବେ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର ପ୍ରାୟ ୮୦ ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ l
No Result
View All Result