No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ର ରୂପାନ୍ତରଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଉପଯୁକ୍ତ ମତାମତ ଅଭାବ ରୁ କାମ ର ମାନ ନିମ୍ନ ମାନର ହେବା ସହ ଅନେକ ସମସ୍ୟା ହେଉଛି। ଏ ନେଇ କିଛିଦିନ ତଳେ ଦେବୋତ୍ତର କମିଟି ବୈଠକ ରେ ଆଲୋଚନା ହୋଇଥିଲା। ଏହାକୁ ଗୁରୁତ୍ବ ଦେଇ ପାଟଣାଗଡ ଦେବୋତ୍ତର କମିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲପାଳ ଅମିତ କୁମାର ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ଏକ କମିଟି ଗଠନ କରି ହରିଶଙ୍କର ସ୍ଥିତି ଓ ତାର ସମାଧାନ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କମିଟି ଗୁରୁବାର ହରିଶଙ୍କର ଗସ୍ତ କରି ଥିଲେ। କମିଟି ହରିଶଙ୍କର ର ପାରିପାର୍ଶିକ ସ୍ଥିତି ସହ ସମସ୍ୟାକୁ ଅନୁଧ୍ୟାନ କରି ନୂତନ ଭୋଗ ମଣ୍ଡପ ନିର୍ମାଣ ,
ରୋଷେଇ ଗୃହ ନିର୍ମାଣ, ସଫେଇ କର୍ମଚାରୀ ନିଯୁକ୍ତି, ଆବର୍ଜନା ଫିଙ୍ଗିବା ପାଇଁ ଚାରିଚକିଆ ବ୍ୟବସ୍ଥା, ଖୋଲା ଦୋକାନ ବଜାର ପଡିଆ ନିର୍ମାଣ , ବଣ ଭୋଜି ପିଣ୍ଡି ନିର୍ମାଣ , ପାନୀୟ ଜଳ ବ୍ୟବସ୍ଥା , ଦୁଇ ଚକିଆ ପାର୍କିଂ ପଡିଆ ନିର୍ମାଣ , ଚାରି ଚକିଆ ଯାନ ପାର୍କିଂ କୁ ଯିବା ପାଇଁ ରାସ୍ତା ନିର୍ମାଣ , ଆବଶ୍ୟକୀୟ ଡଷ୍ଟ ବିନ, ଓ ଅନ୍ୟାନ୍ୟ ହରିଶଙ୍କର ର ପାରି ପାର୍ଶ୍ଵିକ ବିକାଶ ପାଇଁ ତାଲିକା ନିର୍ମାଣ କରି ଉପରିସ୍ଥ ଅଧିକାରୀଙ୍କୁ ଦାଖଲ କରିବେ ବୋଲି ସୁଚନା ମିଳିଛି । ଗସ୍ତ ସମୟରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଦେବୋତ୍ତର କମିଟି ସଦସ୍ୟ ଅଭୟ ତ୍ରିପାଠୀ, ଦେବକାନ୍ତ ପାଣିଗ୍ରାହୀ , ଇନ୍ଦୁଭୂଷଣ ଠାକୁର , ରାଣା ପ୍ରଧାନ , ଓମ ପ୍ରକାଶ ଯୋଶୀ, ସୁନିଲ ଗୋଏଲ , ବିଶ୍ବମ୍ବର ପାଣିଗ୍ରାହୀ, ଫାଣ୍ଡି ଅଧିକାରୀ ସେବନ କେରକେଟା,ମନ୍ଦିର ମେନେଜର ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result