No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ବେଗୁନିଆ ଅବକାରୀ ଥାନା ପୁଲିସ ୮୫୦୦ ଲିଟର ପୋଚ ଓ ୬୨୮ ଲିଟର ଦେଶୀ ମଦ ସହ ଦୁଇ ଅଭିଯୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେଗୁନିଆ ଅବକାରୀ ଥାନା ଉପନୀରିକ୍ଷକ ଏନ ଜାଗିନ ରାଓ ସୂଚନା ଅନୁଯାୟୀ ଖୋର୍ଦ୍ଧା ସଦର ରେଞ୍ଜ ଅବକାରୀ ଥାନା ଅନ୍ତର୍ଗତ ବରପଦା କାଜୁ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇମୋଟ ୮୫୦୦ ଲିଟର ପୋଚ ଓ ୬୨୦ ଲିଟର ଦେଶୀ ମଦ ଓ ଆବଶ୍ୟକୀୟ ଉପକରଣ ଜବତ କରି ନଷ୍ଟ କରାଯାଇଛି ।
ସେହିପରି ବୋଲଗଡ ଥାନା କଳାଙ୍ଗ ପଂଚାୟତ ଅନ୍ତର୍ଗତ ଦିଆନିପାଟଣା ଓ ମାଣିକାଗୋଡା ଗ୍ରାମର ଅନିତା ସ୍ଵାଇଁ ୯ ଲିଟର ଓ ବାସନ୍ତୀ ସ୍ଵାଇଁଙ୍କ ଠାରୁ ୯ ଲିଟର ଦେଶୀ ମଦ ଜବତ ସହ ଅଭିଯୁକ୍ତକୁ ଅବକାରୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସହକାରୀ ଉପନୀରିକ୍ଷକ ବିରଂଚି ମହାନ୍ତି, ସିପାହୀ ବିକାସ ଚନ୍ଦ୍ର ରାଉତ, ମନୋଜ କୁମାର ଜୟସିଂହ ଓ ଚିନ୍ମୟୀ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

No Result
View All Result