• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଆମାଜନ ଡଟ ଇନ୍‌ରେ ହୋମ୍‌ : କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି

Proprietor Abhimanyu Maharana by Proprietor Abhimanyu Maharana
August 21, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍
0
ଭୁବନେଶ୍ୱରରେ ଆମାଜନ ଡଟ ଇନ୍‌ରେ ହୋମ୍‌ : କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି
Share on FacebookShare on TwitterWhatsapp

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍‌, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍‌ଲାଇନ ଡେଷ୍ଟିନେଶନରେ ସପିଙ୍ଗ୍ କରିଛନ୍ତି । ଏହି ଅଂଚଳରେ କ୍ରୀଡ଼ା ଓ କ୍ରୀଡ଼ା ଉପକରଣର ଚାହିଦା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ଏକ ପ୍ରିୟ ଖେଳ ହୋଇ ରହିଥିବା ବେଳେ କ୍ରିକେଟ୍ ଗିୟରରେ ବାର୍ଷିକ ୮୦% ରୁ ଅଧିକ ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ବ୍ୟାଡମିଂଟନ, ଟେନିସ ଓ ଟେବୁଲ ଟେନିସ ସମେତ ରାକେଟ୍ ସ୍ପୋର୍ଟରେ ବାର୍ଷିକ ଆଧାରରେ ପ୍ରାୟ ୧୫୦% ବୃଦ୍ଧି ଘଟିଛି, ଯାହା ଆଉଟଡୋର ସ୍ପୋର୍ଟସ ଉପରେ ଅଧିକ ଧ୍ୟାନକୁ ଦର୍ଶାଉଛି ।

ଏହି ଅବସରରେ ଆମାଜନ ଇଣ୍ଡିଆର ହୋମ, କିଚେନ୍ ଆଣ୍ଡ ଆଉଟଡୋର ବିଭାଗର ନିର୍ଦ୍ଦେଶକ କେ ଏନ୍ ଶ୍ରୀକାନ୍ତ କହିଛନ୍ତି, “ଆମାଜନ ଡଟ୍ ଇନରେ ଗ୍ରାହକଙ୍କ ସନ୍ତୋଷ ଆମର ସର୍ବୋଚ୍ଚ ପ୍ରାଥମିକତା । ‘ହର ମୁସ୍କାନ୍ କି ଅପନି ଦୁକାନ”ରେ ପରିଣତ ହେବାର ଆମର ଲକ୍ଷ୍ୟ ଦ୍ୱାରା ପ୍ରେରିତ ହୋଇ ଆମେ ଆମାଜନ ଡଟ୍ ଇନର ହୋମ୍ ଆଣ୍ଡ କିଚେନ୍ ଏକ୍ସପେରିଏନ୍ସ ଏରିନାକୁ ଭୁବନେଶ୍ୱର ସହରରେ ଆରମ୍ଭ କରିବା ପାଇଁ ଉତ୍ସାହିତ ରହିଛୁ । ସମସ୍ତ ସପିଂ ଆବଶ୍ୟକତା ପାଇଁ ଗ୍ରାହକମାନେ ଆମାଜନ ଡଟ୍ ଇନ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛନ୍ତି ସେଥିରେ ଆମେ ଅଭିଭୂତ । ସାରା ଓଡ଼ିଶା ଏବଂ ଭୁବନେଶ୍ୱରରେ ହୋମ୍‌, କିଚେନ୍‌ ଏବଂ ଆଉଟଡୋର ବର୍ଗରେ ବାର୍ଷିକ ପ୍ରାୟ ୨୫% ଅଭିବୃଦ୍ଧି ଘଟିଛି । ଏହାବ୍ୟତୀତ, ଆମେ ଗ୍ରାହକମାନଙ୍କୁ ନିରନ୍ତର ଉଦ୍ଭାବନ, ଉତ୍ପାଦର ବ୍ୟାପକ ଚୟନ, ସୁଲଭ ବିକଳ୍ପ ଏବଂ ଘରେ ବସି ସପିଂ କରିବାର ସୁବିଧା ପ୍ରଦାନ କରିବାକୁ ଉତ୍ସର୍ଗୀକୃତ ରହିଛୁ ।” ଭୁବନେଶ୍ୱରରେ ଗ୍ରାହକମାନେ ପରିବେଶ ପ୍ରତି ଅଧିକ ସଚେତନ ହେଉଛନ୍ତି ।

ଏହି ଧାରା ସୋଲାର ପ୍ରଡକ୍ଟରେ ବାର୍ଷିକ ୫୦% ରୁ ଅଧିକ ଅଭିବୃଦ୍ଧି ଘଟାଇଛି ଏବଂ ଓଡ଼ିଶାରେ ସୋଲାର ପ୍ୟାନେଲ ବାର୍ଷିକ ଆଧାରରେ ୨ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହାବ୍ୟତୀତ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମାଜନ ଡଟ୍ ଇନ ଏବେ ଓଡ଼ିଶାର ୧୦ରୁ ଅଧିକ ସହରରେ ୯ଟି ଇଭି ବ୍ରାଣ୍ଡ ଉପଲବ୍ଧ କରୁଛି । ଗତ ଜୁଲାଇ ମାସରେ ଭୁବନେଶ୍ୱରରେ ବଜାଜ ଚେତକ ଓ ହିରୋ ଭିଡା ଭଳି ନାମୀ ଦାମୀ ବ୍ରାଣ୍ଡରୁ ପ୍ରତି ଦୁଇ ଦିନରେ ଅତି କମରେ ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି ହୋଇଥିଲା । ବଡ଼ ଫର୍ଣ୍ଣିଚର ବର୍ଗରେ ଭୁବନେଶ୍ୱରରେ ବାର୍ଷିକ ପ୍ରାୟ ୩୦% ଅଭିବୃଦ୍ଧି ଘଟିଥିବା ବେଳେ ସୋଫା ସେଟ୍‌, ମ୍ୟାଟ୍ରେସ୍ ଓ ୱାର୍ଡରୋବ୍ ଭଳି ପ୍ରିମିୟମ୍ ସାମଗ୍ରୀରେ ୪୦% ବୃଦ୍ଧି ଘଟିଛି । ସାରା ରାଜ୍ୟରେ ଟିଭି ୟୁନିଟ୍‌ଗୁଡ଼ିକର ବିକ୍ରିରେ ୯୦%ର ଚମତ୍କାର ଅଭିବୃଦ୍ଧି ଘଟିଛି, ଯାହା ପ୍ରିମିୟମ୍ ଲାଇଫ୍‌ଷ୍ଟାଇଲ ପ୍ରଡକ୍ଟର ଚାହିଦାକୁ ପ୍ରତିଫଳିତ କରୁଛି ।

ସେହିପରି ଓଡ଼ିଶାରେ ବାଥରୁମ ଫିଟିଂର ଚାହିଦା ବାର୍ଷିକ ୮୦ ପ୍ରତିଶତ ବୃଦ୍ଧି ପାଇଛି । ଏହାବ୍ୟତୀତ ରାଜ୍ୟରେ ଏୟାର ପ୍ୟୁରିଫାୟର ବିକ୍ରିରେ ୫୦% ଅଭିବୃଦ୍ଧି ଘଟିଛି । ଓଡ଼ିଶାରେ ୱାଲ୍ ପେଂଟ୍ ଭଳି ଉଦୀୟମାନ ବର୍ଗ ୧୨୦% ବୃଦ୍ଧି ପରିଲକ୍ଷିତ କରିଛି । ଏହାବ୍ୟତୀତ କ୍ଲିନିଙ୍ଗ୍ ସପ୍ଲାଇ ପାଇଁ ଚାହିଦାରେ ୧୦୦%ର ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିଛି । ଓଡ଼ିଶା କନେକ୍ଟେଡ ମୋବିଲିଟି ଡିଭାଇସରେ ଚମତ୍କାର ଅଭିବୃଦ୍ଧି ପରିଲକ୍ଷିତ କରିଥିବା ବେଳେ ଡ୍ୟାସ୍ କ୍ୟାମ୍ ଏବଂ ଜିପିଏସ୍ ଟ୍ରାକର ବିକ୍ରିରେ ବାର୍ଷିକ ୫୦୦% ବୃଦ୍ଧି ଘଟିଛି । ଲକ୍ଷ୍ନୌ, ଚଣ୍ଡିଗଡ଼, ଡେରାଡୁନ୍ ଏବଂ ଇନ୍ଦୋରରେ ହୋମ୍ ଆଣ୍ଡ କିଚେନ୍ ଏକ୍ସପେରିଏନ୍ସ ଏରିନାର ସଫଳ ସଂସ୍କରଣ ପରେ ଆମାଜନ ଡଟ୍ ଇନ ଭୁବନେଶ୍ୱରରେ ଆୟୋଜିତ ଏକ ଦିନିକିଆ ପ୍ରତିଯୋଗିତାରେ ମଧ୍ୟ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରିଥିଲା, ଯେଉଁଠାରେ ଫର୍ଣ୍ଣିଚର, ହୋମ୍ ଏସେନ୍ସିଆଲ୍ସ, କିଚେନ୍‌ ଆଣ୍ଡ ଆପ୍ଲାଏନ୍ସ, ହୋମ୍ ଡେକୋର୍ ଏବଂ ଲାଇଟିଂ,

ସ୍ପୋର୍ଟସ୍ ଆଣ୍ଡ ଫିଟନେସ୍‌, ଇଲେକ୍ଟ୍ରିକ୍ ଯାନ, ଅଟୋ ଆକ୍ସେସରିଜ୍‌, ଆଉଟଡୋର୍ ଏବଂ ଗାର୍ଡେନିଂ ବର୍ଗରେ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀରେ ଆମାଜନ ଇଣ୍ଡିଆର ନେତୃତ୍ୱଙ୍କ ସହ କଥାବାର୍ତା କରିବା ସମୟରେ ଗଣମାଧ୍ୟମ ଏବଂ ଅଂଶୀଦାରମାନେ ସେମାନଙ୍କ ପ୍ରିୟ ବ୍ରାଣ୍ଡ ଏବଂ ଉତ୍ପାଦଗୁଡ଼ିକୁ ଅନୁଭବ କରିବାର ସୁଯୋଗ ପାଇଥିଲେ । ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏହା ଆମାଜନ ଡଟ୍ ଇନର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଭାରତର ସବୁଠାରୁ ପ୍ରିୟ ବଜାର ଭାବରେ, ଆମାଜନ ଡଟ୍‌ ଇନ ରାଜ୍ୟ ଏବଂ ଦେଶରେ ସ୍ଥାନୀୟ ଷ୍ଟୋର୍ ଏବଂ ଏମଏସଏମଇ ସହିତ ନୂତନ ଉପକରଣ, ଜ୍ଞାନକୌଶଳ, ଉଦ୍ଭାବନ ଏବଂ ପଦକ୍ଷେପ ଆଣିବା ଜାରି ରଖିବ ଯାହା ଭାରତୀୟ ବ୍ୟବସାୟର ଉଦ୍ୟୋଗୀ ଭାବନାକୁ ଉନ୍ମୋଚନ କରିବ । ରାଜ୍ୟରେ ଅନଲାଇନ ମାର୍କେଟପ୍ଲେସରେ ୫୧ଜଣ ସର୍ଭିସ ପାର୍ଟନର, ୫୨ ଡେଲିଭରୀ ଷ୍ଟେସନ ଏବଂ ପ୍ରାୟ ୧୬,୦୦୦ ସେଲର ରହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version