No Result
View All Result
୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ବାଣପୁରର ମା’ଭଗବତୀଙ୍କ ମନ୍ଦିରରେ ବାରମାସର ତେର ଯାତ ସ୍ୱତନ୍ତ୍ର ନିଆରା ଢଙ୍ଗରେ ପାଳିତ ହୁଏ I ଶ୍ରାବଣ ମାସର ପୂର୍ଣ୍ଣିମା ବିଷ୍ଣୁ ମନ୍ଦିରରେ ସର୍ବତ୍ର ରକ୍ଷାବନ୍ଧନ, ବଳଭଦ୍ର ଜନ୍ମ ଭାବରେ ପାଳନ କରାଯାଉଥିବା ବେଳେ, ମା’ ଯୋଗମାୟା ଭଗବତୀଙ୍କ ପୀଠରେ ଗୋପୂଜନ ଓ ଗହ୍ମା ଡିଆଁପର୍ବ ଭାବରେ ସ୍ୱତନ୍ତ୍ର ନୀତି କାନ୍ତିରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସିଛି । ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ, ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ପରେ ପହୁଡ଼ ପରେ ଅପରାହ୍ନରେ ନିଶଙ୍କୁ ଡ଼ି ଧୂପ ଆଳତିସରିରାତ୍ର ୪ପ୍ରହରରେ ବଡ଼ ଶିଙ୍ଗାରଧୂପପରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ,

ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ ଓ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ସହିତ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ବିଜେ କାହାଳି ବାଜିବା ପରେ ଗହ୍ମାପଡ଼ିଆକୁ ବିଜେ କରିଥିଲେ ।ଘଣ୍ଟା ଘଣ୍ଟକାହାଳି ଢ଼ୋଲମହୁରୀଆଲଟଚାମର ଛତ୍ର ତରାସ, ଆଦି ଥାଟ ପଟୁଆରସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ବିଜେ କଲା ବେଳେ ହୁଳହୁଳି ଓ ଜୟ ଜୟକାର ଧ୍ବନୀରେ ପଡ଼ିଆ ଉଚ୍ଛୁଳି ପଡ଼ିଥିଲା । ବିଷର ପାଟଣା ଛକ ଉପରେ ପଲେଇ ସେବକ ଏକ ବାଲିର ବେଦୀକରି ତା ଉପରେ ପାଟବସ୍ତ୍ର ପକାଇ ଆସନପ୍ରସ୍ତୁତ କରିଥିଲେ | କାଠିନାହାକ, ଓ ପରିଛା ସାଆନ୍ତ ମା’ ଙ୍କୁଓଜୀଉମାନଙ୍କୁ ଉକ୍ତବେଦୀ ଉପରେ ବିଜେ କରାଇଷୋଡ଼ଷ ଉପଚ଼ାରରେ ପୂଜାକରି ଗୋମାତା ଓଠାକୁର ଠାକୁରାଣୀଙ୍କୁ ପରମ୍ପରା କ୍ରମେ କେବଳ ଶାକର ଓ ନଡ଼ିଆ ପାତି ୪ପତ୍ରରେ ଠା କରି ନୈବେଦ୍ୟ ଆକାରରେ ଧୂପ ବଢ଼ାଇ ଆଳତି ସମର୍ପଣ କରିଥିଲେ । ପଲେଇ ସେବକ ଆଗରୁ ଗୋମାତାଙ୍କ ପ୍ରତୀକ ଭାବରେ ବାଛୁରୀଟି ଏ ଆଣି ତାଙ୍କୁ ଚନ୍ଦନ ସିନ୍ଦୁର ଫୁଲ ମାଳଦେଇ ପୂଜା କରି ଶାକର ନଡ଼ିଆ ଖୁଆଇ ସାରି ଉକ୍ତବେଦି ଉପରେ ଡ଼ିଆଁଇବା ପରେ ମା’ଙ୍କ ଗହ୍ମା ଡିଆଁପର୍ବଶେଷ ହୋଇଥିଲା l

ଏହି ପବିତ୍ର ମୂହୁର୍ତ୍ତ ରେ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳିଜୟ ଜୟକାର ଧ୍ବନୀରେ ପରିବେଶ ବେଶ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲା । ପରେ ଠାକୁର ଠାକୁରାଣୀ ମାନେ ମନ୍ଦିର ଫେରିବା ବାଟରେ ପରିଚ୍ଛାଙ୍କ ଦ୍ଵାର ମାନଙ୍କରେ ପନ୍ତିଭୋଗ ଖାଇପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରି ରାତ୍ରପହୁଡ଼ ହୋଇଥିଲେ।।କୃଷିରପର୍ବ ଶ୍ରାବଣ ପୂର୍ଣ୍ଣିମାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଭାବରେ ଓଡ଼ିଶାର ପ୍ରତ୍ୟେକ ବିଷ୍ଣୁ ମନ୍ଦିରରେ ଧୁମ୍ ଧାମରେ ପାଳିତ ହେଉଥିବା ବେଳେ ପରମ ବୈଷ୍ଣବୀ ଦେବୀ ଯୋଗମାୟା ମା’ ଭାଗବତୀଙ୍କ ପୀଠରେ ମଧ୍ୟ କୃଷି କାର୍ଯ୍ୟର ପ୍ରମୁଖ ଗୋମାତାଙ୍କ ପୂଜନ ପରି ପରମ୍ପରା କୈଣସୀଶକ୍ତିପୀଠରେ ପାଳିତ ହେଉଥିବାର ଦେଖିବାକୁ ମିଳେନାହିଁ ବୋଲି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ ।

No Result
View All Result